ପି ଏମ୍ ଶ୍ରୀ ଜନତା ହାଇସ୍କୁଲରେ ଆନେମିଆ ମୁକ୍ତ ଭାରତ ଗଠନ ସକାଶେ ଶିକ୍ଷାର୍ଥୀଙ୍କ ରକ୍ତହୀନତା ଚିହ୍ନଟ

ବରଗଡ଼:୨୦/୮(ପବିତ୍ର ମେହେର):ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଶିକ୍ଷାର୍ଥୀମାନଙ୍କ ରକ୍ତରେ ଥିବା ହେମୋଗ୍ଲୋବିନର ଶତକଡା ପରିମାଣ ଅନୁଧ୍ୟାନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଭୁକ୍ତା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ଼ାକ୍ତର ପୀତବାସ ପ୍ରଧାନଙ୍କ ମାର୍ଗ ଦର୍ଶନରେ ସ୍ଵାସ୍ଥ୍ୟ କର୍ମୀ ମିନତୀ ପଣ୍ଡା ଓ ଆଶା କର୍ମୀ ଉର୍ମିଳା ସିଦାର ପରୀକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ହେମୋଗ୍ଲୋବିନର ମାତ୍ରା ଅନୁଧ୍ୟାନ କରିଥିଲେ।ହେମୋଗ୍ଲୋବିନର ପରିମାଣ ଆବଶ୍ୟକତାରୁ କମ୍ ଥିବା ଶିକ୍ଷାର୍ଥୀମାନଙ୍କୁ ଗଠନମୂଳକ ପରାମର୍ଶ ଦେବା ସହିତ ଆଇରନ୍ ବଟିକା ଓ ଫଲିକ୍ ଏସିଡ ବଟିକା ନିୟମିତ ଖାଇବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା।ଆନେମିଆ ମୁକ୍ତ ଭାରତ ଗଠନ ସକାଶେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ସମସ୍ତ ଶିକ୍ଷାର୍ଥୀଙ୍କୁ ସୁଷମ ଖାଦ୍ୟର ଉପାଦେୟତା ସମ୍ପର୍କରେ ସଚେତନ କରାଇଥିଲେ।ପରିଚାଳନାରେ ଆମ୍ବାସାଡର ରାଜକୁମାରୀ ଭୁଏ ଏବଂ ରଞ୍ଜିତ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।





