ବିକଳାଙ୍ଗ ମହିଳା ସତ୍ ମତି ମାଝୀଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

ଗୋଲାମୁଣ୍ଡା/୨୧/୮/୨୬/ ଗତ ଲଘୁ ଚାପ ଜନିତ ଲଗାଣ ବର୍ଷାରେ ବିକଳାଙ୍ଗ ସତ ମତି ମାଝୀଙ୍କ ଛାଉଣୀ ଭୁଶୁଡି ପଡିଥିଲା, ଶକ୍ତି ଟିଭି ପକ୍ଷରୁ ଏହି ଖବର ପ୍ରସାରଣ, ହୋଇଥିଲା ବେଳେ ପ୍ରସାଶନ ଙ୍କ ତତ୍ପରତା ଦେଖା ଦେଇଛି,, ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଳି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଦମପୁର ଗ୍ରାମରେ ବହୁ ଦିନ ଧରି ବସ ବାସ କରନ୍ତି ଅସହାୟ ବିକଳାଙ୍ଗ ମହିଳା ସତ ମତି ମାଝୀ, ତାଙ୍କର କିଏ ନାହାନ୍ତି, ଅସହାୟ ଅବସ୍ଥାରେ ରହି ଥିବା ବେଳେ ଗତ କିଛି ଦିନ ଲଘୁ ଚାପ ଜନିତ ବର୍ଷାରେ ଭଙ୍ଗା ଦଦରା କୁଡ଼ିଆ ଭାଙ୍ଗିବାରୁ, ଅଲ୍ପେକ ବର୍ତ୍ତି ଯାଇ ଥିଲେ ବିକଳାଙ୍ଗ ମହିଳା ସତ ମତି ମାଝୀ, ଘର ଖଣ୍ଡିକ ପାଇଁ ଶକ୍ତି ଟିଭି ପକ୍ଷରୁ ଅନେକ ଥର ପ୍ରସାଶନ କୁ ସତ ମତି ମାଝୀ ଜଣାଇ ଥିଲେ, ହେଲେ ଦୁର୍ଭାଗ୍ୟ ଜନକ ଯେ, ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଘର ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରି ଥିଲେ, ଯାହା ଫଳରେ ଗତ ଲଘୁ ଚାପ ଜନିତ ଲଗାଣ ବର୍ଷାରେ ଛାଉଣି ଭାଙ୍ଗି ଯାଇ ଥିଲା, ଏହି ପରିପ୍ରେକ୍ଷିରେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତହସିଲଦାର ଚନ୍ଦନ କୁମାର ନାଇକ ଙ୍କୁ ଫୋନ ଯୋଗେ ପଚାରି ତୁରନ୍ତ ଭଙ୍ଗା ଦଦରା ଘର ନିକଟରେ ଜାଗା ଯୋଗାଇ ଦେବା ପାଇଁ କହିବାରୁ ବୋର ଗୁଡା ଆର ଆଇ କ୍ଷମାନିଧି ନାଏକ ଆସି ଜାଗା ନିରୂପଣ କରି ପଲିଥିନ ଯୋଗାଇ ଦେଇ ଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ ମହୋଦୟ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ପକ୍ଷରୁ ଦାବି କରାଯାଇଛି, ଏଵଂ ବିକଳାଙ୍ଗ ମହିଳା ଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ସରୋଜ କୁମାର ମୁଣ୍ଡ, କପୁର ଚନ ସେଠୀଆ, ପୀତାମ୍ବର ବେହେରା, ଜନ୍ମ୍ ଜୟ ନାଇକ, ପ୍ରଭାକର ବଗର୍ତ୍ତି, ହିମାଂଶୁ ଭୋଇ, ଓ ରାମ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ,
କଳାହାଣ୍ଡି ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



