ରାହାଡ଼l ସ୍ୱାସ୍ଥ୍ୟକେନ୍ଦ୍ରରେ ଶିକ୍ଷକ ଙ୍କ ଉପରେ ଆରୋପ କୁ ମିଥ୍ୟା ବୋଲି ପ୍ରକାଶ କଲେ ଶିକ୍ଷକ

ଜେ ବି ଏନ, ୨୧/୧୨/୨୦୨୦, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରାହାଡା ସ୍ଵାସ୍ଥ୍ୟକେନ୍ଦ୍ରରେ ଶିକ୍ଷକଙ୍କ ଉପରେ ଘଟିଥିବା ଘଟଣାକୁ ଅସ୍ବୀକାର କଲେ ଶିକ୍ଷକ । ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ଶିକ୍ଷକ ଦେବେନ୍ଦ୍ର ମହାରଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି । ତାଙ୍କର କହିବା ଅନୁଯାଇ ସେ ଘରୁ ଅଙ୍ଗାରଗାଁ ଯିବା ରାସ୍ତାରେ ନିଜକୁ ଅସୁସ୍ଥତା ଅନୁଭବ କରି ନିଜର ବ୍ଲଡ଼ ସୁଗାର ପରୀକ୍ଷା କରିବାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ରାହାଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ଭୀଷଣ ଅସୁସ୍ଥତା ଅନୁଭବ ହେବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ସେ ତାଙ୍କ ଦୁଇ ବନ୍ଧୁଙ୍କୁ କହିଥିଲେ । ଉକ୍ତ ମେଡିକାଲରେ ସେ ବ୍ଲଡ଼ ସୁଗାର ପରୀକ୍ଷା କରିଥିଲେ । ଯାହାର ରୋଗୀ ପଞ୍ଜିକରଣ ନମ୍ବର ହେଉଛି ୧୨୧୫/୩ । ପରୀକ୍ଷା ସାରିବା ପରେ ଆୟୁଷ ଡାକ୍ତର ମନୋଜ କୁମାର ସାହୁଙ୍କୁ ଅନ୍ୟ ଏମବିବିଏସ ଡାକ୍ତରଙ୍କୁ ଦେଖାକରି ତାଙ୍କୁ ସ୍ୱାସ୍ଥ୍ୟ କଥା ପଚାରିବା ପାଇଁ କହିବା ସହ ସେ କୁଆଡେ ଗଲେ ବୋଲି ପଚାରିଥିଲେ । ଆଉ ସେତିକି କଥାରେ ଡାକ୍ତର ରାଗିଯାଇ ମେଡିକାଲକୁ ବାରମ୍ବାର କାହିଁକି ଦେହ ଦେଖାଇବା ପାଇଁ ଆସୁଛନ୍ତି ବୋଲି କହିବା ସହ ଏହି ମେଡିକାଲକୁ ଏଠାରୁ ଉଠିଯିବା ଦରକାର ବୋଲି ଡାକ୍ତର କହିଥିଲେ । ଆଉ ଡାକ୍ତରଙ୍କ ବ୍ୟବହାର ଦେଖି ମେଡ଼ିକାଲ ପରିସରରେ ଥିବା ଥିବା କିଛି ଲୋକଙ୍କ ସହ ଉପସ୍ଥିତ ଅନ୍ୟ ଖବରଦାତା ମଧ୍ୟ ପ୍ରତିବାଦ କରିଥିଲେ । ହେଲେ ଉକ୍ତ ଶିକ୍ଷକ ସମସ୍ତଙ୍କୁ ବୁଝାଇବା ପରେ ସେଠାରୁ ସମସ୍ତେ ଫେରିଥିଲେ | ସୂଚନା ଥାଉ କି, ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଦୀର୍ଘ ଦିନ ଧରି ଥିବା ଡାକ୍ତର ରୋଗୀଙ୍କୁ ଏପରି ଦୁର୍ବ୍ୟବହାର କରୁଥିବା ସାଧାରଣ ରେ ଆଲୋଚନା ହେଉଛି !


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
