ପ୍ରଫେସର ହୃଦାନନ୍ଦ ରାୟ ଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ଡକ୍ଟର ସତ୍ୟ ପ୍ରକାଶ ସେଠି ପାଇଲେ ହୃଦାନନ୍ଦ ରାୟ ସମ୍ମାନ

କଟକ,୨୪/୦୮: କଟକ ବିଦ୍ୟାଧରପୁର ସ୍ଥିତ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ପରିସରରେ ଥିବା ଗ୍ଲୋବାଲ ହଳ ଠାରେ ପ୍ରଖ୍ୟାତ ସାରସ୍ୱତ ସାଧକ ଓ ବାଗ୍ମୀ ପ୍ରଫେସର ହୃଦାନନ୍ଦ ରାୟ ଙ୍କ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତି ସାନ୍ଧ୍ୟ ପାଳିତ ହୋଇଯାଇଛି। ସ୍ମୃତିପରିଷଦ ର ସଭାପତି ଡକ୍ଟର ଇଂ ପ୍ରଭାକର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ସୁନାମାନୀ ରାଉତ ମୁଖ୍ୟଅତିଥି, ବିଶିଷ୍ଟ ଲେଖିକା ଅଧ୍ୟାପିକା ପ୍ରଫେସର ଡକ୍ଟର ସଂଘମିତ୍ରା ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଯଶସ୍ବୀ ସାହିତ୍ୟିକ ଡକ୍ଟର ସତ୍ୟ ପ୍ରକାଶ ସେଠି ଙ୍କୁ ମଜ୍ୟାଦାଜଣକ ହୃଦାନନ୍ଦ ରାୟ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଡକ୍ଟର ରାଉତ କହିଲେ ଓଡ଼ିଆ ଆଧ୍ୟାତ୍ମିକ ଓ ଦର୍ଶନ ସାହିତ୍ୟକୁ ବିଶ୍ୱରେ ପରିଚୟ କରିବାରେ ହୃଦାନନ୍ଦ ରାୟ ଙ୍କ ଭୂମିକା ଅନନ୍ୟ ଓ ଅସାଧାରଣ। ମୁଖ୍ୟବକ୍ତା ଡକ୍ଟର ବେହେରା କହିଲେ ଜଗନ୍ନାଥ ସଂସ୍କୃତି, ବେଦବେଦାନ୍ତ ଓ ଜୀବନ ଦର୍ଶନ ଉପରେ ପ୍ରଫେସର ରାୟ ଙ୍କ ଅଗାଧ୍ୟ ପାଣ୍ଡିତ୍ୟ ଥିଲା। ସଭାପତି ଡକ୍ଟର ସ୍ୱାଇଁ କହିଲେ ଜଣେ ସଫଳ ଶିକ୍ଷାବିତ ଏବଂ ପ୍ରଖ୍ୟାତ ବାଗ୍ମୀ ଭାବରେ ଓଡ଼ିଶାର ପୁରପଲ୍ଲୀରେ ପ୍ରଫେସର ରାୟ ସୁବିଦିତ ଥିଲେ। ପରିଷଦର ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଚୌଧୁରୀ ସତ୍ୟ ଦାସ ସମ୍ପାଦକୀୟ ବିବରଣୀ ଦେଇ କହିଲେ ହୃଦାନନ୍ଦ ରାୟ ଜଣେ ବ୍ୟକ୍ତି ନଥିଲେ ଏକ ଅନୁଷ୍ଠାନ। ପରିଷଦର ଉପସଭାପତି ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ହୃଦାନନ୍ଦ ରାୟ ଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପତ କରିଥିଲେ। ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ର ଅଧକ୍ଷା ଡକ୍ଟର ମଞ୍ଜୁଶ୍ରୀ ଶାସ୍ତ୍ରୀ ସ୍ମୃତି ଚାରଣ କରି ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବ ରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ମହେନ୍ଦ୍ର କୁମାର ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅର୍ଜୁନ ଚରଣ ମଲ୍ଲିକ, କଥାକାର କିଶୋର କୁମାର ରାଉତ, ସୁରାଜିତ ସିଂହ, କବି ଅର୍ଚନା ରାଣୀ ଭୂୟାଁ, ତନିମା ରାଉତ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦେଶ୍ୟ ରେ ସୁସ୍ମିତା ବସ୍ତିଆ ମାନପତ୍ର ପାଠ କରିଥିବା ବେଳେ ଡକ୍ଟର ଚୌଧୁରୀ ପମ୍ପତ୍ ଦାସ, ବର୍ଷାରାଣୀ ପୃଷ୍ଠି, ମହାବିଦ୍ୟା ଚୌଧୁରୀ ଉତ୍ସବ ପରିଚାଳନା କରିଥିଲେ।



