ଧାନ କାର୍ଡ ତିଆରି ପାଈଁ ଅସୁବିଧା ର ସମ୍ବୁଖିନ ଚାଷୀ

ଫାସିମାଲ ତା ୨୬/୮ – ଫାଶୀମାଲ ଲ୍ୟାମ୍ପସରେ ଧାନ ପଞ୍ଜୀକରଣ ସମୟରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିଗୋଚର ହୋଇଛି।
ଏଠାରେ ପ୍ରତିଦିନ ସହସ୍ରାଧିକ ଚାଷୀ ଆସୁଥିବା ସତ୍ତ୍ୱେ ଚାଷୀମାନଙ୍କ ପାଇଁ ପାନୀୟ ଜଳ, ଟେଣ୍ଟ/ଛାୟା ଏବଂ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା ନାହିଁ। ବର୍ଷା ଋତୁ ହୋଇଥିବା ରୁ ସାମାନ୍ୟ ବର୍ଷା ହେଲେ ଚାଷୀମାନେ ଦୀର୍ଘ ସମୟ ଧରି ଅସୁବିଧାରେ ଅପେକ୍ଷା କରୁଛନ୍ତି।
ଏଠାରେ କେବଳ ତିନୋଟି କମ୍ପ୍ୟୁଟର ମାଧ୍ୟମରେ ପଞ୍ଜୀକରଣ କରାଯାଉଥିବାରୁ ଏବଂ ଇଣ୍ଟରନେଟ୍ ଧୀର ରହୁଥିବାରୁ ଅତ୍ୟଳ୍ପ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ ହୋଇପାରୁଛି। ଫଳରେ ଅନେକ ଚାଷୀ ଦିନସାରା ଅପେକ୍ଷା କରି ମଧ୍ୟ କାମ ସାରିପାରୁନାହାନ୍ତି।
ଏହା ସହିତ ଚାଷୀମାନେ ପଞ୍ଜୀକରଣ ପାଇଁ ଆଣୁଥିବା ଦଲିଲଗୁଡ଼ିକ ଗ୍ରହଣ କରିବା ସମୟରେ ସୁଚିତ ନମ୍ବରିଂ/ଟୋକନ ବ୍ୟବସ୍ଥା ନଥିବାରୁ ଅବ୍ୟବସ୍ଥା ସୃଷ୍ଟି ହେଉଛି। ଏହାର ସୁଯୋଗ ନେଇ କିଛି ମଧ୍ୟସ୍ଥ ବ୍ୟକ୍ତି ଚାଷୀମାନଙ୍କ ମଧ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ରହିଛି।
ପ୍ରକୃତ ଚାଷୀ ନିଜେ ନିଜର ଧାନ ପଞ୍ଜୀକରଣ କରିବାର ସୁଯୋଗ ପାଆନ୍ତୁ ଏବଂ କୌଣସି ମଧ୍ୟସ୍ଥ ବା ଦଲାଲ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ ହସ୍ତକ୍ଷେପ କରିପାରିବେ ନାହିଁ—ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ନିରୀକ୍ଷଣ କରାଯାଉ।
ଏହାଛଡ଼ା, ଫାସିମାଲ ଲ୍ୟାମ୍ପସ ପରିସରରେ କିଛି ମଧ୍ୟସ୍ଥ ବ୍ୟକ୍ତି ଚାଷୀଙ୍କ ପଞ୍ଜୀକରଣ ସମ୍ପର୍କିତ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ପଞ୍ଜୀକରଣ ଫର୍ମ ଲ୍ୟାମ୍ପ ବାହାରେ ଫର୍ମ ବିକ୍ରି ହେଉଛି। ଏହାର ସତ୍ୟତା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବା ପାଇଁ ଚାଷୀ ଦାବି କରିଛନ୍ତି l



