
ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ମେଗା ପ୍ରକଳ୍ପର ସମୀକ୍ଷା ।
(ଜେ ବି ଏନ/ସୁଶାନ୍ତ କୁମାର) ୨୨/୧୨ /୨୦୨୦ ଅନୁଗୋଳ : ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ପୂର୍ବାହ୍ନରେ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ସମୀକ୍ଷା କରିଛନ୍ତି । ୫ ଶହ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ନିର୍ମାଣାଧିନ ମେଗା ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ଆଗାମୀ ଜୁନ ମାସ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ଅନୁଗୋଳରେ ୫୮ କୋଟି ଟଙ୍କା ବ୍ୟୟରେ ପି ପି ପି (PPP) ମୋଡରେ ନିର୍ମାଣାଧିନ ଅତ୍ୟାଧୁନିକ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସାରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ବିଦ୍ୟୁତ ସଂଯୋଗୀକରଣରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଯାଇଛି ବୋଲି ତାମଡାର ସମ୍ପାଦକ ଶ୍ରୀ ବଇତୁରା ଦୀପ ପ୍ରକାଶ କରିଥିଲେ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଢାଞ୍ଚାରେ ଅନୁରୂପ ଭାବେ ଅନୁଗୋଳ ଓ ତାଳଚେରର ଷ୍ଟାଡିୟମକୁ ଅତ୍ୟାଧିନିକ ରୂପରେଖ ଦେବାପାଇଁ ସ୍ଵତନ୍ତ୍ର କ୍ରୀଡା ପରାମର୍ଶଦାତାଙ୍କ ସହ ଆଲୋଚନା କରି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାସ୍କେଟ ବଲ , ଟେନିସ ଓ ଭଲିବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଆନୁସଂଗୀକ କ୍ଷେତ୍ର ପ୍ରସ୍ତୁତ କରି କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ବୈଠକ ଶେଷ ହେଲାପରେ ଅନୁଗୋଳ ଷ୍ଟାଡିୟମ ପରିଦର୍ଶନ କରି ଷ୍ଟାଡିୟମର ବର୍ତ୍ତମାନର ସ୍ଥିତି ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ହୋଇଥୁବା ଅନଧିକାରକୁ ଉଚ୍ଛେଦ କରିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ତାଳଚେର ରାଣୀ ପାର୍କର ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ଏମ ସି ଏଲ କର୍ତ୍ତୁପକ୍ଷଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏତଦ୍ବ୍ୟତିତ କୋଇଲାଖଣି କର୍ତ୍ତୃପକ୍ଷଙ୍କ ଦ୍ଵାରା ଜମି ଅଧିଗ୍ରହଣ ସମୟରେ ସୃଷ୍ଟି ହେଉଥିବା ପୁର୍ନବାସ , ଥଇଥାନ , ନିଯୁକ୍ତି ଓ ଆର୍ଥିକ ସହାୟତା ସମ୍ପର୍କୀତ ସମସ୍ୟା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଜମି କ୍ଷତିଗ୍ରସ୍ତ ପ୍ରଜା ମାନକର ସମସ୍ୟା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଖଣି କଭୃପକ୍ଷଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥଲେ । ସେହିପରି ତାଳଚେର ଫର୍ଟିଲାଇଜର ଲିମିଟେଡର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଟି ଏଫଏଲର ଆର ଓ ଆରକୁ ଯଥାଶୀଘ୍ର ସଂଶୋଧନ କରିବା ପାଇଁ ତହସିଲଦାର ତାଳଚେରଙ୍କୁ ପରାମର୍ଶ ଦେଇଥଲେ ।



