ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ
ଢ଼େଙ୍କାନାଳ, ୦୧.୦୯.୨୦୨୬- ଆସନ୍ତା କାଲି ସେପ୍ଟେମ୍ବର ୨ ତାରିଖ ଦିନ ଭୁବନେଶ୍ଵର ରେଳ ଷ୍ଟେସନ ଠାରୁ ବରିଷ୍ଠ ନାଗରିକମାନେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରାପ୍ତି ନିମନ୍ତେ ବାରଣାସୀ- ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ଏହି ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚ଼ନ୍ଦ୍ର ପାତ୍ର ସମସ୍ତ ବରିଷ୍ଠ ନାଗରିକଙ୍କୁ ଗୋଲାପ ଫୁଲ ଦେଇ ସମସ୍ତଙ୍କର ମଙ୍ଗଳମୟ ଯାତ୍ରା କାମନା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ , ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ପ୍ରମୂଖ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ । ସମସ୍ତ ଯାତ୍ରୀ ଯେପରି ସୁରୁଖୁରୁରେ ଦିବ୍ୟଯାତ୍ରା ଶେଷ କରି ଫେରି ଆସିବେ ସେଥିପ୍ରତି ଯତ୍ନବାନ ଦେବାକୁ ମାନ୍ୟବର ମନ୍ତ୍ରୀ ଏସ୍କର୍ଟ ଅଫିସରମାନଙ୍କୁ କହିଥିଲେ । ସୂଚ଼ନାଯୋଗ୍ୟ ଯେ, ୪୮ ଜଣ ଦମ୍ପତି, ୩୯ ଜଣ ଏକକ ବ୍ୟକ୍ତିଙ୍କ ସହିତ ୨ ଜଣ ସହାୟକ ଏବଂ ୩ ଜଣ ଏସ୍କର୍ଟ ଅଫିସର ୨ଟି ବସ୍ରେ ଭୁବନେଶ୍ୱରରେ ପହଞ୍ଚି, ଆସନ୍ତା କାଲି ଟ୍ରେନ୍ ଯୋଗେ ବାରଣାସୀ ଅଭିମୁଖେ ଯାତ୍ରା କରିବେ ।



