ଖଣି ସିକ୍ୟୁରିଟିଙ୍କ ଏକି ଅସଭ୍ୟତା
଼ତାଳଚେର, ୦୩/୦୯ ତାଳଚେର ଜଗନ୍ନାଥ ଜୈନିକ ଖଣି କର୍ମଚାରୀଙ୍କ ଅବସର ଗ୍ରହଣ ପରେ ସେହି କର୍ମଚାରୀ ଏମସିଏଲକୁ କ୍ୱାର୍ଟରଟିକୁ ତୁରନ୍ତ ହସ୍ତାନ୍ତର କରିଥାନ୍ତି । ମାତ୍ର ସମ୍ପୃକ୍ତ ଖଣିକର୍ମଚାରୀ ଅବସର ଗ୍ରହଣ ୨ମାସ ସରିଯାଇଥିଲେ ମଧ୍ୟ କ୍ୱାର୍ଟରକୁ ହସ୍ତାନ୍ତର କରିନଥିଲେ । ଫଳରେ ଖଣି ସିକ୍ୟୁରିଟି ଓ ତାଙ୍କ ସହ ଖଣି କର୍ମଚାରୀ ସେହି କ୍ୱାର୍ଟକୁ ଯାଇ ଶିଘ୍ର କ୍ୱାର୍ଟର ଛାଡ଼ିବାକୁ ପ୍ରକାଶ କରିଥିଲେ । ଏହାପରେ ଉୟମଧ୍ୟରେ ସାମାନ୍ୟ ବଚସା ଆରମ୍ଭ ହୋଇଯାଇଥିଲା । ହଠାତ୍ ଉତକ୍ଷିପିତ ହୋଇ ପୋଷାକରେ ରହିଥିବା ସିକ୍ୟୁରିଟି ତାଙ୍କ ପିନ୍ଧିବା ପ୍ୟାଂଟର ଚେନକୁ ଖୋଲିବା ଫଳରେ ପରିବାର ଲୋକେ ଉତକ୍ଷିପ୍ତ ହୋଇପଡ଼ିଥିଲେ । ଖଣି ସିକ୍ୟୁରିଟିଙ୍କ ଏପରି ବ୍ୟବହାର ପ୍ରଦର୍ଶନ ପରିବାରୁ ମର୍ମାହତ କରିବା ଘଟଣା ସୋସିଆଲ ମିଡ଼ିଆଲରେ ଏବେ ଯୋରରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଖଣି ସିକ୍ୟୁରିଟିଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲଟିକଚ ଗ୍ରହଣ କରିନଥିଲେ ।

September 4, 2026/
No Comments


