ଢେଙ୍କାନାଳ ରଗଡି ସାହି ସ୍ଥିତ ଶ୍ରୀ ଶ୍ରୀ ଭଗବତଜୀଉଙ୍କ ନନ୍ଦ ଉତ୍ସବ ଓ ନଗରପରିକ୍ରମା ଅନୁଷ୍ଠିତ ହୋଇଯାଇଅଛି । ଗତ ୪ ତାରିଖରେ ପୀଠରେ ଜନ୍ମାଷ୍ଟମୀ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ୫ ତାରିଖ ସଂଧ୍ୟା ୭ ଘଟିକାରେ ବୈଷ୍ଣବେ ମତେ ଜନ୍ମାଷ୍ଟମୀ ଓ ବାଦ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ଅଦ୍ୟ ନନ୍ଦଉତ୍ସବ ଓ ନଗରପରିକ୍ରମା କରିଯାଇଥିଲା । ନନ୍ଦ ରାଜା ବେଶରେ ଦେବେନ୍ଦ୍ର ରାଉଳ, ନନ୍ଦ ରାଣୀ ସତ୍ୟଜିତ୍ ଦଳେଇ, କୃଷ୍ଣ ବେଶରେ ରାଜେଶ ଜେନା, ବଳରାମ ବେଶରେ ହାପି ବାରିକ୍, ସୁଦାମ ବେଶରେ ଜଗା, ସୁବଳ ବେଶରେ, ଟଲିକୃଷ୍ଣ ବେଶରେ ଭୁବନ ପ୍ରମୁଖ ସୁସଜ୍ଜିତ ହୋଇ ସୁମଧୁର ଗୀତ ଗାଇ ସଂକୀର୍ତନ ମଣ୍ଡଳୀ ବାଦ୍ୟରେ ସହର ପରିକ୍ରମା କରିବା ପରେ ପୀଠରେ ଦଧୀହାଣ୍ଡି ଭଙ୍ଗାଯାଇଥିଲା । ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସଂପନ୍ନ କରିଥିଲେ । ସଭାପତି ଗୋପିନାଥ ବାରିକ, ଉପସଭାପତି କଇଁ ମାହୁନ୍ତ, ସଂପାଦକ ପିନୁ ଦଳେଇ ଏବଂ ସତ୍ୟ, ଗୁଡ଼ୁ, ବିଜୁ, ଶିବ, ଶୁଭମ୍, ସିତୁ, କାଳିଆ, ରାଜୁ, ସୋନୁ, ଜ୍ଞାନ ଓ ଚିଟୁଆ ପ୍ରମୁଖଙ୍କ ସହିତ ସାହି ବାସୀନ୍ଦା ଏଥିରେ ସହଯୋଗ କରିଥିଲେ ।



