କୁମ୍ଭାରଗାଁ ରେ ଆଖୁ ଜମିରେ ଅଗ୍ନିକାଣ୍ଡ, ବ୍ୟାପକ ଆଖୁ ଫସଲ ନଷ୍ଟ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୩.୧୨.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମରେ ପାଖାପାଖି ଅପରାହ୍ନ ୩ ଘଟିକା ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଳ ଗଦାରେ ନିଆଁ ଲଗାଇ ଥିଲେ କିନ୍ତୁ କୌଣସି କାରଣ ରୁ ନିଆଁ ଯାଇ ପାଖରେ ଥିବା ଜିତୁ ସ୍ଵାଇଁ ଙ୍କ ତିନି ଏକର, କିଶୋର ପାଢୀ ଙ୍କ ଦୁଇ ଏକର ଓ ଦେବରାଜ ଜେନା ଏକ ଏକର ଆଖୁ ବିଲରେ ନିଆଁ

ଲାଗି ଯାଇଥିଲା । ଅଗ୍ନିକାଣ୍ଡ ରେ ବହୁ ଆଖୁ ଫସଲ ନଷ୍ଟ ହୋଇଥିବା ଦେଖିବା ମିଳିଛି । ଅଗ୍ନିସମ ବିଭାଗ ଆସିବା ବେଳକୁ ଲୋକେ ନିଆଁ କୁ ଆୟତ କରିସାରିଥିଲେ । କ୍ଷତିଗ୍ରସ୍ତ ଏହି ତିନି ଆଖୁ ଚାଷୀ ଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
