ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କ ଶଶକ୍ତି କରଣ ଅଧିବେଶନ –

ଡିଏଭି ପବ୍ଲିକ୍ ସ୍କୁଲ, ଏମ୍ସିଏଲ୍, ଜଗନ୍ନାଥ ଏରିଆ, ଡେରା, ତାଳଚେର ପକ୍ଷରୁ ଛାତ୍ରଛାତ୍ରୀଙ୍କ ସଶକ୍ତିକରଣ ନିମନ୍ତେ ଏକ ହୃଦୟସ୍ପର୍ଶୀ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏସ୍ଇସିଏଲ୍ ଓ ଏମ୍ସିଏଲ୍ର ନିର୍ଦ୍ଦେଶକ (ମାନବ ସମ୍ବଳ ବିଭାଗ ) ଶ୍ରୀ ବିରଞ୍ଚି ଦାସଙ୍କ ସହ ବିଦ୍ୟାଳୟର ବରିଷ୍ଠ ମାଧ୍ୟମିକ ଶ୍ରେଣୀର ଆଗ୍ରହୀ ଛାତ୍ରଛାତ୍ରୀମାନେ ସିଧାସଳଖ ଆଲୋଚନା କରିଥିଲେ।
ଛାତ୍ରଛାତ୍ରୀମାନେ ନିଜ ପିଢ଼ିର ସମସ୍ୟା, ଜୀବନର ଲକ୍ଷ୍ୟ, ସମୟ ପରିଚାଳନା, ଦୈନନ୍ଦିନ ଜୀବନର ଆହ୍ୱାନ ଏବଂ ସଫଳତା ହାସଲ କରିବାର ବିଭିନ୍ନ ଉପାୟ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ। ଶ୍ରୀ ଦାସ ଅତ୍ୟନ୍ତ ଧୈର୍ଯ୍ୟ, ଉତ୍ସାହ ଓ ସରଳତାର ସହିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ଜଣେ ଦକ୍ଷ ଓ ଗତିଶୀଳ ନେତୃତ୍ୱର ଅଧିକାରୀଙ୍କ ସହ ନିଜ ମତ ବିନିମୟ କରିବାର ସୁଯୋଗ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଶ୍ରୀ ଦାସ ନିଜ ଜୀବନର ସଫଳତା ପଛରେ ଥିବା ଦୃଢ଼ ସଙ୍କଳ୍ପ, ଅଦମ୍ୟ ପରିଶ୍ରମ, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅନୁଭୂତିମୂଳକ ଦିଗ୍ଦର୍ଶନ ଦେଇଥିଲେ।
ଏହି ଅଧିବେଶନ ଛାତ୍ରଛାତ୍ରୀଙ୍କ ମନରେ ନିଜ ଭବିଷ୍ୟତକୁ ସୁନିର୍ଦ୍ଦିଷ୍ଟ ଭାବେ ଗଢ଼ିବା, ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ବିକଶିତ କରିବା ପାଇଁ ନୂତନ ପ୍ରେରଣା ସୃଷ୍ଟି କରିଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳ। ଚକ୍ରବର୍ତ୍ତୀ ଏସଇସିଏଲ ଓ ଏମସିଏଲର ନିର୍ଦ୍ଦେଶକ,(ମାନବସମ୍ବଳ ବିଭାଗ ) ଶ୍ରୀ ବିରଞ୍ଚି ଦାସଙ୍କ ଆଗମନ ତଥା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦାୟକ ଉଜ୍ବଳ ଭବିଷ୍ୟତ କାମନା କରିବା ଦିଗରେ ଆନ୍ତରିକ ସଦିଚ୍ଛା ନିମନ୍ତେ କୃତଜ୍ଞନ୍ତା ଜ୍ଞାପନ କରିଥିଲେ।




