ଲୋକଜନଶକ୍ତି ପାର୍ଟିର ରାଜ୍ୟ ଉପସଭାପତି ହେଲେ ଶରତ ଚନ୍ଦ୍ର ରନବିଡା
ଜିଲ୍ଲାରୁ ବୁଥ୍ସ୍ତର ପର୍ଯ୍ୟନ୍ତ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

ସମ୍ବଲପୁର, ୧୩/୯: ଓଡ଼ିଶାରେ ଲୋକଜନଶକ୍ତି ପାର୍ଟି (ରାମବିଲାଶ)ର ସାଂଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଶ୍ରୀ ଶରତ ଚନ୍ଦ୍ର ରନବିଡାଙ୍କୁ ପୁନର୍ବାର ରାଜ୍ୟ ଉପସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା, ବ୍ଲକ, ପଞ୍ଚାୟତ ଓ ବୁଥ୍ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ ସେ କାର୍ଯ୍ୟ କରିବେ।
ଦଳର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ଗୁପ୍ତା ଓ ରାଜ୍ୟ ପ୍ରଧାନ ସମ୍ପାଦକ ଶ୍ରୀ ସୁତାର ମନୟନ ପତ୍ର ପ୍ରଦାନ କରି ଶ୍ରୀ ରନବିଡାଙ୍କୁ ଓଡ଼ିଶା ପ୍ରଦେଶର ଉପସଭାପତି ଭାବେ ଘୋଷଣା କରିଛନ୍ତି। ଏହି ନିଯୁକ୍ତିକୁ ଦଳୀୟ ନେତା ଓ କର୍ମୀମାନେ ସ୍ୱାଗତ କରିଛନ୍ତି।
ଏହି ଅବସରରେ ଜମନକିରା ବ୍ଲକ ସଭାପତି ନରେନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ବାଘ, ଜିଲ୍ଲା ଉପସଭାପତି ହରମୋହନ ପଟେଲ, ବାମରା ବ୍ଲକ ସଭାପତି ଯଶକେତନ ବାଘ ଓ କୁଚିଣ୍ଡା ବ୍ଲକ ସଭାପତି ନିମାଇ ଚରଣ ଦଳେଇ ପ୍ରମୁଖ ଶ୍ରୀ ରନବିଡାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ନୂତନ ଦାୟିତ୍ୱରେ ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି।
ସମ୍ବଲପୁରରୁ ନରେନ୍ଦ୍ର ସାହୁଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।



