ଗଣେଶ ପୂଜା ଅବସରରେ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟରେ ଭକ୍ତିମୟ ପରିବେଶ
ଢେଙ୍କାନାଳ: ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍ ପରିସରରେ ପବିତ୍ର ଗଣେଶ ପୂଜା ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ପୂଜା ଉତ୍ସବରେ ଇନଷ୍ଟିଚ୍ୟୁଟର ସହସ୍ରାଧିକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା, ମନ୍ତ୍ରପାଠ ଓ ପୁଷ୍ପାଞ୍ଜଳି ପରେ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା, ଜୀବନ ଓ ଭବିଷ୍ୟତର ସଫଳତା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସମଗ୍ର ଶିକ୍ଷାନୁଷ୍ଠାନ ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।
ଏହି ଅବସରରେ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟର ଡାଇରେକ୍ଟର ଶ୍ରୀ ଆଶିଷ କୁମାର ପଣ୍ଡା ଏବଂ ସେକ୍ରେଟାରୀ ଶ୍ରୀ ଅବିନାଶ ପଣ୍ଡା ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଶିକ୍ଷା କ୍ଷେତ୍ରରେ ସଫଳତା ଓ ସର୍ବାଙ୍ଗୀନ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।
ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଇନଷ୍ଟିଚ୍ୟୁଟର ସଦସ୍ୟମାନଙ୍କ ସହଯୋଗରେ ଗଣେଶ ପୂଜା ଉତ୍ସବ ସୁନ୍ଦର ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।

September 14, 2026/
No Comments


