
ଉପବାଚସ୍ପତି ଙ୍କ ଦ୍ଵାରା ନୂତନ ସ୍କୁଲ ଗୃହ ର ଶିଳାନ୍ୟାସ
(ଜେ ବି ଏନ /ସୁଶାନ୍ତ କୁମାର) ୨୪/୧୨/୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ସ୍କୁଲ ରେ ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ଉପବାଚସ୍ପତି ଙ୍କ ଦ୍ଵାରା ଶିଳାନ୍ୟାସ। ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ଯମରେ ସ୍କୁଲ ଗୃହ ନିର୍ମାଣ ପାଇଁ ୬ ଲକ୍ଷ୍ୟ ୭୬ ହାଜର ଟଙ୍କା ର ପ୍ରସ୍ତାବ ପାରିତ ହୋଇଅଛି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଉପବାଚସ୍ପତି ତଥା ମାନ୍ୟବର ବିଧାୟକ ଶ୍ରୀ ରଜନୀ କାନ୍ତ ସିଂହ, ବିଜୁ ଜନତା ଦଳ ର ଯୁବନେତା ଅରୁନାଭ ସିଂହ, ବ୍ଳକ ସଭାପତି ଶ୍ରୀ ବିଜୟ ନାଥ, ସରପଞ୍ଚ ଉତ୍ସବ ଦେହୁରୀ, ସମିତି ସଭ୍ୟ, ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।




