ପୋଳତଳୁ ଯୁବକର ମୃତ ଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା।
କେନ୍ଦୁଝର ଜିଲ୍ଲାରେ ପୋଲତଳୁ ଯୁବକର ମୃତ ଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଗତକାଲି ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ନୁପୁର ଗ୍ରାମର କୁଶଧର ଗିରି ସେହି ଗ୍ରାମର ମୁନା ପ୍ରଧାନ ଓ ବାଳିଆ ଲୋହାର ସହିତ ବିଶ୍ଵକର୍ମା ପୂଜା ଦେଖିବାକୁ ଘରୁ ବାହାରି ବିଲେଇ ପଦାକୁ ଯାଇଥିଲେ । ରାତି ପ୍ରାୟ ୯ ଟା ବେଳେ ଘରକୁ ଫେରୁଥିବା ବେଳେ କୁଶଧର ରିମୁଳି ଅରଡେଇ ନଦୀର ପୋଲ ନିକଟରେ ପରିଶ୍ରା କରିବାକୁ ଯାଇ ପୋଲ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ନେଇ ସୂଚନା । ଏ ନେଇ ଆଜି ସକାଳେ ତାଙ୍କ ବାପା ସନ୍ତୋଷ କୁମାର ଗିରିକୁ କୁଶଧର ର ଦୁର୍ଘଟଣା ଘଟି ପୋଲ ତଳେ ପଡିଯାଇଥିବା ରୁ ତାକୁ ଚମ୍ପୁଆ ଡାକ୍ତର ଖାନା ନିଆଯାଇଥିବା ଖବର ଦିଆଯାଇଥିଲା । ଖବର ପାଇ ସେ ଡାକ୍ତର ଖାନାକୁ ଯାଇଥିଲେ। ତେବେ ଏଠାରେ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ। ତେବେ ତିନି ଜଣ ଗୋଟିଏ ବାଇକ୍ ରେ ଫେରୁଥିବା ବେଳେ ଜଣେ କିପରି ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କଲେ ତାହାକୁ ନେଇ ସନ୍ଦେହ ଦେଖାଦେଇଛି ଅନ୍ୟ ପଟେ ଘଟଣା ରାତି ନଅଟା ପରେ ଘଟିଥିବା ବେଳେ ପରିବାର ଲୋକଙ୍କୁ ରାତି ସାରାନ ଜଣାଇ ସକାଳ ତିନିଟା ବେଳେ ଖବର ଦିଆଯାଇଥିବା ବେଳେ ସମଗ୍ର ଘଟଣାକୁ ସନ୍ଦେହ ଘେରକୁ ନେଉଛି। କୁଶଧର ନିଶାସକ୍ତ ଅବସ୍ଥାରେ ପରିଶ୍ରା କରିବାକୁ ଆସି ପୋଲତଳକୁ ଖସିପଡ଼ି ମୃତ୍ୟୁ ବରଣ କରିଥିବା ପୋଲିସ୍ କହୁଥିବା ବେଳେ କୁଶଧରକୁ ହତ୍ୟା କରାଯାଇ ପୋଲ ତଳକୁ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



