ତୁଳସୀପାଳରେ ବୃକ୍ଷରୋପଣ ଅଭିଯାନ
ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧିର ବାର୍ତ୍ତା
ଅନୁଗୋଳ: ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ତୁଳସୀପାଳ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଓ କର୍ମକର୍ତ୍ତାମାନେ ଚାରାରୋପଣ ସହ ଏହାର ନିୟମିତ ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। କେବଳ ଚାରା ଲଗାଇବା ନୁହେଁ, ତାହାକୁ ବଡ଼ ଗଛରେ ପରିଣତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ୨୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଏସ୍ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କୁମାର ଭୋଇ, ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁ, ପଞ୍ଚାୟତ ପ୍ରମୁଖ ବସନ୍ତ କୁମାର ବିଶ୍ୱାଳ, ବନ ଅଧିକାରୀ ବଶିଷ୍ଠ ଦେହୁରୀ, ପୂର୍ବତନ ସରପଞ୍ଚ ଲୋକନାଥ ସାହୁ, ମଣ୍ଡଳ ସେକ୍ରେଟାରୀ ପ୍ରଦୀପ ସାମଲ, ପଞ୍ଚାୟତ ଏଡିଓ ସୁଜିତ କୁମାର ଦେହୁରୀ, ପିଇଓ ସୌମ୍ୟା ପ୍ରିୟଦର୍ଶନୀ ଧୀର, ଭିଏଲ୍ଡବ୍ଲ୍ୟୁ ପ୍ରଭାସ କୁମାର ବେହେରା ଏବଂ ଅପ୍ ସ୍କୁଲ୍ ଶିକ୍ଷୟିତ୍ରୀ ମା ମଙ୍ଗଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ୨୮ ନମ୍ବର ଜୋନ୍ ମହିଳା ମୋର୍ଚ୍ଚାର ସଙ୍ଗୀତା ଦାସ, ବୁର୍ଖା ଅଞ୍ଚଳର ବିଜେପି ନେତା ନିମାଇଁ ଚରଣ ସାହୁ, ତୁଳସୀପାଳ ଗ୍ରାମର ସମ୍ପାଦକ ନୀଳମଣି ବିଶ୍ୱାଳଙ୍କ ସମେତ ସାଂଗଠନିକ କାର୍ଯ୍ୟକର୍ତ୍ତା ଛବିନ୍ଦ୍ର ସେଠୀ, ବିଶ୍ୱଜିତ୍ ସାହୁ, ବିକାଶ କୁମାର ସାହୁ, ସୁମିତ ଦାସ, ଅଭିମନ୍ୟୁ ସାହୁ, ଲିଟୁ ସାହୁ, ଶିବ ପ୍ରସାଦ ନାୟକ, ପ୍ରଦ୍ୟୁମ୍ନ ସାହୁ, ରଞ୍ଜନ ବିଶ୍ୱାଳ, ଶିବରାମ ଦେହୁରୀ, ଦୁର୍ଯ୍ୟୋଧନ ସାହୁ, ଅନିଲ କୁମାର ଗଡ଼ନାୟକ, ମନୋଜ ସାହୁ, ଟିଟି ଭାଇ, ବାବୁ ଭାଇ ଓ ଟିକନ ଭାଇଙ୍କ ସମେତ MBK ଓ CRP ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ବୃକ୍ଷ ସୁରକ୍ଷା ଓ ପରିବେଶ ସଚେତନତାର ବାର୍ତ୍ତା ପହଞ୍ଚିଥିଲା।



