ତୀର୍ଥ ଯାତ୍ରାରେ ଗଲେ ୧୦୯ ଜଣ ବରିଷ୍ଠ ନାଗରିକ ।

ଅନୁଗୋଳ, ତା.୨୧.୦୯:- ଆଜି ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ଅନୁଗୋଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନମ୍ପ୍ରୀତା ସାହୁ, ଅତିରିକ୍ତ ତହସିଲଦାର ଶ୍ରୀପାଲି ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଅନୁଗୋଳର ୧୦୯ ଜଣ ବରିଷ୍ଠ ନାଗରିକ ୩ଟି ବସ୍ରେ ଆଜି ସମ୍ବଲପୁର ଅଭିମୁଖେ ବାହାରିଛନ୍ତି। ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନ ଠାରୁ ସେମାନେ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ତୀର୍ଥ କ୍ଷେତ୍ର ପରିଭ୍ରମଣ ଶେଷ କରି ୨୭ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣ ଏସକର୍ଟ ଅଫିସର ତୀର୍ଥ ଯାତ୍ରୀମାନଙ୍କ ସାଥ୍ରେ ଯାଇଛନ୍ତି।



