ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଢେଙ୍କାନାଳ ତରଫରୁ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ
ଜେ ବି ଏନ, ୨୪/୧୨/୨୦୨୦, (ରିପୋର୍ଟ, ବିନୋଦ କୁମାର ନାୟକ), ଢେଙ୍କାନାଳ : ସହର ର NH 55 ପାର୍ଶ୍ଵରେ ଅବସ୍ଥିତ ଭାରତୀୟ ଜନତା ପାର୍ଟି ର ନୂତନ କାର୍ଯ୍ୟାଳୟ ପରେ ଆଜି ଦିବା ୪ ଟା ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଢେଙ୍କାନାଳ ତରଫରୁ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଢେଙ୍କାନାଳ ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, ରାଷ୍ଟ୍ରୀୟ କିଷାନ ମୋର୍ଯା ଉପାଦକ୍ଷ ଶ୍ରୀ ମହେଶ୍ଵର ସାହୁ, ରାଜ୍ୟ କିଷାନ ମୋରଯା ଉପସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭାଟିକୁ ପରିଚାଳନା କରିଥିଲେ ଜନତା ପାର୍ଟି ଢେଙ୍କାନାଳ ଶାଖାର ମିଡିଆ ସେଲ ସଭାପତି ଆଡଭୋକେଟ ଶ୍ରୀ ନନ୍ଦ କିଶୋର ଗିରି, ଆସନ୍ତା ୨୬ ଜାନୁଆରୀ ରେ ଢେଙ୍କାନାଳ ମିନି ଷ୍ଟାଡିୟମ ରେ ଏକ ବିଶାଲ କୃଷକ ସମାବେଶ ଅନୁଷ୍ଠିତ ହେବ। ଉକ୍ତ ସମାବେଶରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ କେନ୍ଦ୍ର ସ୍ତରୀୟ ଅନେକ ନେତୃ ବୃନ୍ଦ ଯୋଗଦେବାର ସ୍ଥିର ହୋଇଛି। କେନ୍ଦ୍ର ସରକାର ଙ୍କ ନୂତନ କୃଷି ଆଇନ ଉଦ୍ଦେଶ୍ୟ ଏବଂ ଏହା ଚାଷୀ ମାନଙ୍କର କି ଭଲି ଲାଭ ଦାୟକ ହୋଇଛି ଏ ସବୁ ଉପରେ ଆଲୋଚନା ହେବ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
