ସାଇ ବାବାଙ୍କର ୧୧ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସମାପନ

ଜେ ବି ଏନ, ୨୪/୧୨/୨୦୨୦, ଢେଙ୍କାନାଳ : ଢେଙ୍କାନାଳ ମୀନା ବଜାର ସ୍ଥିତ ସାଇ ବଜାର୍ ପ୍ରାଙ୍ଗଣରେ ସାଇ ବାବା ଙ୍କ ର ୧୧ ତମ ବାର୍ଷିକ ଉତ୍ସବ କରୋନା କଟକଣାକୁ ତଥା ତାର ର ମୁରବି ସ୍ଵର୍ଗତ ଧରଣୀଧର ମହାପାତ୍ରଙ୍କ ଦେହାନ୍ତ ପାଇଁ କାର୍ଯ୍ୟକ୍ରମ କୁ ବିଧି ରକ୍ଷା ପାଇଁ ସଙ୍କୀର୍ଣତାର ସହ ସମାପନ କରାଯାଇଅଛି। ଏହି କାର୍ଯ୍ୟକୁ ରତ୍ନ ମହାପାତ୍ର ର ସମସ୍ତ ସଦସ୍ୟ ଆନନ୍ଦର ସହ ସହଯୋଗ କରିଥିଲେ। ସନ୍ଧ୍ୟା ବେଳେ ସାଇ ବାବା ଙ୍କର ଭଜନ କୀର୍ତ୍ତନ ସହ ବାବାଙ୍କର କାର୍ଯ୍ୟକ୍ରମ ସମାପନ ହୋଇଥିଲା। କାକତ ଆରତି ସକାଳ ୭ଟା ରେ ତାପରେ ମହା ସ୍ନାନ କରାଯାଇଥିଲା। ଏବଂ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ବିଭିନ୍ନ ଫୁଲ ହାର ଏବଂ ବାବାଙ୍କର ୧୦୮ ନାମ ଅଭିଷେକ ହୋଇ ଥିଲା। ବିଭିନ୍ନ ଫଳ ଭୋଗ ଲଗି କରାଯାଇଥିଲା ଏବଂ ମଧ୍ୟାହ୍ନରେ ଆହୁତି ହୋଇଥିଲା।



