ବ୍ଲକ୍ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ଭଟଲି :- ସ୍ଥାନୀୟ ସତିହାରୀ ବାଳିକା ହାଇସ୍କୁଲ ପରିସରରେ ବ୍ଲକ୍ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ପରିବେଶ ଓ ସମୁଦ୍ର ସୁରକ୍ଷା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ ‘ନୀଳ ସମୁଦ୍ରର ଡାକ’ ପରିବେଷଣ ହୋଇଥିଲା। ଶିକ୍ଷୟିତ୍ରୀ ବନ୍ଦିତା ପଧାନଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ନାଟକରେ ଛାତ୍ରୀ ସଂଯୁକ୍ତା ମେହେର, ଏକତା ରାଉତ, ଶୁଭଶ୍ରୀ ଭୁଏ, ପ୍ରିୟା ଭୁଏ, ବଲ୍ଲଭୀ ମିଦ୍ଧା, ପାୟଲ ସିଂ, ଅର୍ଚ୍ଚିତା ସାହୁ, ରିଙ୍କି ମେହେର ବିଭିନ୍ନ ଭୂମିକାରେ ନିଖୁଣ ଅଭିନୟ କରି ଦର୍ଶକମାନଙ୍କ ମନ୍ତ୍ରମୁଗ୍ଧ କରିଥିଲେ | ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ପାଇଁ ଏହି କ୍ଷୁଦ୍ର ନାଟକ ମନୋନୀତ ହୋଇଥିଲା ।

September 22, 2026/
No Comments


