ସ୍ବେଚ୍ଛାସେବୀ ଓ ସାମ୍ବାଦିକ ସମ୍ମାନିତ

ଯାଜପୁର _ ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁଜ ଓଡ଼ିଶାର ପ୍ରତିଷ୍ଠାତା ସଂପାଦକ ତଥା ଯୁବ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ଆଳିର ନମୈଜା ଠାରେ ଥିବା ନିଗମାନନ୍ଦ ସାରସ୍ବତ ଆଶ୍ରମ ପରିସରରେ ଆଳି ବ୍ଳକ ବ୍ରାହ୍ମଣ ମହାସଭା ର ୨୬ ତମ ବାର୍ଷିକୋତ୍ସବ ରେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଉତ୍ସବରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ, ପ୍ରାକ୍ତନ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ର ଚକ୍ରଧର ଦାସ, ଆଳି ସମ୍ବାଦ ସାହିତ୍ୟ ଘର ସଭାପତି ଇଞ୍ଜିନିୟର ନିଳାଦ୍ରୀ ଭୂଷଣ ମହାପାତ୍ର, ପ୍ରାକ୍ତନ କେନ୍ଦ୍ରାପଡ଼ା ବ୍ରାହ୍ମଣ ସଂଘ ର ସଭାପତି ଭକ୍ତବନ୍ଧୁ ମିଶ୍ର,ନିଖିଳୋକଳ ସଂସ୍କୃତ ମହାମଣ୍ଡଳ ସମ୍ପାଦକ ଆର୍ତ୍ତତ୍ରାଣ ତ୍ରିପାଠୀ, ପ୍ରାକ୍ତନ ସଂପାଦକ ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ସାହୁ ବହୁ ଅସହାୟ ଓ ରୋଗୀ ଙ୍କୁ ନେଇ ଜିଲ୍ଲା ପାଳ ଅଫିସ ଓ ଅନ୍ୟାନ୍ୟ ଯାଗାରୁ ସାହାଯ୍ୟ ଓ ସହଯୋଗ କରୁଛନ୍ତି।ସେ ପୁର୍ବରୁ ବହୁ ଅନୁଷ୍ଠାନ ରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ସୁଶାନ୍ତ କୁମାର ନାୟକ, ଡ଼ ପଦ୍ମଚରଣ ଧଳ, ପଦ୍ମାକର ଗୁରୁ, ମନୋଜ କୁମାର ପରିଡ଼ା, ରାହାସବିହାରୀ ମହାନ୍ତି, ସଞ୍ଜୟ କୁମାର ସାମଲ, ସମାଜସେବୀ କୈଳାସଚନ୍ଦ୍ର ସେଠି ଏବଂ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଆଡ଼ଭୋକେଟ ଅମ୍ବିକା ପ୍ରସାଦ ସାମଲ, ସନ୍ତୋଷ କୁମାର ବେଉରିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି




