ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜ଼ିଲ୍ଲା ପରିକ୍ରମା କଲା କରୋନା ସଚେତନତା ରଥ

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଓଡ଼ିଆ ଭାଷା, ସାହିତ୍ୟ, ସଂକୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫ ଓଡିଶା ଶାଖା ର ମିଳିତ ସହଯୋଗରେ କରୋନା ସଚେତନତା ରଥ କୁ DIPRO.କାମିନୀ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ! ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅଭିମନ୍ୟୁ ନାୟକ ! ଦିବାକର ଜେନା ପ୍ରମୁଖଯୋଗଦେଇଥିଲେ ! ଏହି ସଚେତନତା ରଥ ସପ୍ତାହ ବ୍ୟାପି ଜଗତସିଂହପୁର ଜ଼ିଲ୍ଲା ର ସମସ୍ତ ବ୍ଲକ ପରିକ୍ରମା କରିବ ! କରୋନା ମହାମାରୀ ରୁ ରକ୍ଷା ପାଇବା ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ କୁ ସଚେତନତା କରିବା ନିମନ୍ତେ ଦଶଟି ଲୋକ କଳା ଦଳ ଏଥିରେ ସାମିଲ କରାଯାଇଛି !



