ନବ ଗଠିତ ଓଡା ପଡ଼ା ହିନ୍ଦୋଳ ସାମ୍ବାଦିକ ସଙ୍ଘ ର ବନ୍ଧୁ ମିଳନ 
ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାତମାଇଲ୍ ନିକଟରେ ଥିବା ନବଗଠିତ ହିନ୍ଦୋଳ-ଓଡ଼ାପଡ଼ା କର୍ମଜୀବୀ ସାମ୍ବାଦିକ ସଂଘ ର କାର୍ଯ୍ୟାଳୟ ରେ ଆଜି ନବଗଠିତ ହିନ୍ଦୋଳ-ଓଡ଼ାପଡ଼ା କର୍ମଜୀବୀ ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।
ଏହି ସାଧାରଣ ବୈଠକରେ ସଂଘ ର ସଭାପତି ଶଶିକାନ୍ତ ଗଡ଼ନାୟକ ଙ୍କ ସଭାପତିତ୍ବ ରେ ଉପସଭାପତି ତ୍ରିନାଥ ବେହେରା, କୋଷାଧ୍ୟକ୍ଷ ସୁବ୍ରତ କୁମାର ମହାପାତ୍ର,ସଂପାଦକ ତ୍ରିନାଥ ବେହେରା ଓ ଯୁଗ୍ମ ସଂପାଦକ ଦୀପକ କୁମାର ନାଏକ ଙ୍କ ସହ ପ୍ରଶାନ୍ତ ଦାଶ, ଆଶୁତୋଷ ମାଝୀ,ମଳୟ ସାହୁ, ହିମାଂଶୁ ସାହୁ, ସସ୍ମିତା ମହାକୁଡ଼, ସୁଶାନ୍ତ କୁମାର ମହାପାତ୍ର,ବିଭାରାଣୀ ପାତ୍ର,ବନଜା କୁମାରୀ ସାହୁ, ଚରିତାର୍ଥ ଶତପଥୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇ ସଂଘ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ସଂଘ ର ସଂପାଦକ ତ୍ରିନାଥ ବେହେରା ସଂଘର କାର୍ଯ୍ୟପନ୍ଥା ବିଷୟରେ ସାମ୍ୟକ ବିବରଣୀ ଦେଇଥିବା ବେଳେ ସଂଘ ର ଯୁଗ୍ମ ସଂପାଦକ ଦୀପକ କୁମାର ନାଏକ ସାମ୍ବାଦିକର ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ।
ଜନସାଧାରଣ ଙ୍କ ସମସ୍ୟା ଗୁଡ଼ିକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା ଜାରି ରଖିବୁ ବୋଲି ସଂଘ ର ସଭାପତି ଶଶିକାନ୍ତ ଗଡ଼ନାୟକ ମତ ପ୍ରକାଶ କରିଥିଲେ। ନବଗଠିତ ହିନ୍ଦୋଳ-ଓଡ଼ାପଡ଼ା କର୍ମଜୀବୀ ସାମ୍ବାଦିକ ସଂଘ ହେବା ଦ୍ୱାରା ନେତାଙ୍କ ଠାରୁ ଜନସାଧାରଣଙ୍କ ଯାଏଁ ସମସ୍ତଙ୍କର ଶୁଭେଚ୍ଛା ର ସୁଅ ଛୁଟୁଛି!




