ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ଲୋକାର୍ପିତ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିସେଫର ସହଯୋଗରେ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ଲୋକାର୍ପଣ କରାଯାଇଛି । ଛାତ୍ରଛାତ୍ରୀମାନେ ଲଗଇନ୍ କରି ଆବଶ୍ୟକୀୟ ବିଷୟରେ ସୂଚନା ପ୍ରାପ୍ତ କରିପାରିବେ । ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାର୍ଥୀମାନେ ଭବିଷ୍ୟତ ବୃଦ୍ଧି ସମ୍ବନ୍ଧୀୟ ବିଶେଷଜ୍ଞଙ୍କ ପରାମର୍ଶ ପାଇ ପାରିବେ । www.odishacareerportal.com



