କୋଦଳା ଠାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି କୋଦଳା ଠାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ୨୪ବର୍ଷରେ ପାଦ ଦେଇଥିବା ବିଜୁ ଜନତା ଦଳ ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଇଛି । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ରେ ବେଗୁନିଆପଡ଼ା ବ୍ଳକ, କୋଦଳା ଏନଏସି, କବିସୂର୍ଯ୍ୟନଗର ବ୍ଲକ ଓ ଏନ ଏ ସି ରୁ ବହୁ ବିଜେଡି ନେତା, ଲୋକ ପ୍ରତିନିଧି ସାମିଲ ହୋଇଥିବା ବେଳେ ବରିଷ୍ଠ ବିଜେଡି ନାରୀ ନେତ୍ରୀ ତଥା ଓଟିଡିସି ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ବିଜୁ ଜନତା ଦଳର ୨୪ ବର୍ଷର ସଫଳତା ବିଷୟରେ କର୍ମୀ ମାନଙ୍କୁ ଅବଗତ କରାଇଥିଲେ।ଏହା ସହିତ ଜିଲ୍ଲା ପରିଷଦ ଅଧକ୍ଷା ସୋନମ ପଲାଇ,ବେଗୁନିଆ ପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି, ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ,ବେଗୁନିଆ ପଡା ବ୍ଲକ ଅଧକ୍ଷ କେ.ରାଜଲଷ୍ମୀ ଦୋରା ଙ୍କ ସମେତ କବିସୂର୍ଯ୍ୟ ନଗର ବ୍ଲକ ,ବେଗୁନିଆପଡା ବ୍ଲକ କୋଦଳା ଓ କବିସୂର୍ଯ୍ୟ ନଗର ଏନ ଏ ସି ପକ୍ଷରୁ ବିଜେଡି ପ୍ରତିନିଧି ଯୋଗ ଦେଇଥିଲେ ।ଏଥିରେ ସତାଧିକ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ ।



