ସୋରଡା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୬.୧୨.୨୦୨୦) -:ଆଜି ଗଞ୍ଜାମ ଜିଲ୍ଲା ସୋରଡା ବିଜେଡି ତରଫରୁ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ସୋରଡା ସ୍ଥିତ ଖୁଣ୍ଟେଶ୍ୱରୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି ।ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ଏସ ଏଚ ଜି ମାନଙ୍କ ଋଣ ଯୋଗାଇଦେବା ସହ ସବୁଥିରେ ମହିଳାଙ୍କ ପାଇଁ ସଂରକ୍ଷଣ କରିଛନ୍ତି ବୋଲି କହିଥିଲେ ।ବେଲଗୁଣ୍ଠା ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ପ୍ରତିଷ୍ଠା ଦିବସରେ ବେଲଗୁଣ୍ଠା ଓ ସୋରଡା ଅଞ୍ଚଳରେ ବହୁ ବରିଷ୍ଠ ନେତା,କର୍ମୀ ଯୋଗଦେଇ ବିଜୁ ଜନତା ଦଳ ଆରମ୍ଭ ଦିନଠାରୁ ଓଡିଶାକୁ ବିକାଶମୁଖୀ କରାଇ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ଶାସନରେ ରହିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୋରଡା ନିର୍ବାଚନ ମଣ୍ଡଳୀର ପାଞ୍ଚଟି ପଞ୍ଚାୟତର ଶତାଧିକ ଲୋକ ବିଜେଡିରେ ସାମିଲ ହୋଇଥିଲେ ।ଦଳକୁ ଶୃଙ୍ଖଳିତ କରି ଆଗାମୀ ଦିନରେ ବିଜେଡିକୁ ଆହୁରି ମଜ୍ ବୁତ୍ କରିବାକୁ ବିଧାୟକ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ । ମହିଳାଙ୍କ ଆତ୍ମନିର୍ଭରଶୀଳ କରିବା ପାଇଁ ଏସ.ଏଚ.ଜି ଗୃପ୍ ଗୁଡିକୁ ବିଭିନ୍ନ ପ୍ରକାର ଦାୟିତ୍ୱ ବଣ୍ଟନ କରିଛନ୍ତି ।ମହିଳା ସଶକ୍ତିକରଣ କରିବା ପାଇଁ ନବୀନ ବାବୁ ପ୍ରତିଜ୍ଞାବଦ୍ଧ ବୋଲି ବକ୍ତବ୍ୟ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ,ସୋରଡା ବ୍ଳକ ଅଧ୍ୟକ୍ଷା ସାଇବାଣୀ ମଳିକ,ବ୍ଲକ ବିଜେଡି ସଭାପତି ବସନ୍ତ ସ୍ୱାଇଁ, ଉପାଧ୍ୟକ୍ଷ ବିକଳ ବେହେରା,ସୋରଡା ଏନ୍.ଏ.ସି ବିଜେଡି ସଭାପତି ସଂଜିବ ଅଧିକାରୀ,ବେଲଗୁଣ୍ଠା ଏନଏସି ସଭାପତି ରବନ୍ଦ୍ରି ମହାପାତ୍ର,ସମ୍ପାଦକ ସି ଏଚ୍ ସନ୍ତୋଷ ସୁବୁଦ୍ଧି,ପୂର୍ବତନ ନଗର ପାଳ ଚନ୍ଦ୍ରମଣି ସାମଲ,ପୂର୍ବତନ ଉପ ନଗର ପାଳ ପ୍ରଶାନ୍ତ ସାହୁ,ଜିଲ୍ଲା ଯୁବ ବିଜେଡି ଉପସଭାପତି ଦୂର୍ଗା ମାଧବ ନାୟକ,ସରପଞ୍ଚ ରାଜେନ୍ଦ୍ର ଗୌଡ,ଜିଲ୍ଲା ପରିଷଦ ସଭ୍ୟ ଅମିତ୍ ନାୟକ ଙ୍କ ସମେତ ସୋରଡ଼। ଓ ବେଲଗୁଣ୍ଠା ର ବହୁ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ବେଲଗୁଣ୍ଠା ବ୍ଳକ ବିଜେଡି ସଂପାଦକ ଏସ୍.ରାମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ସୋରଡା ଓ ବେଲଗୁଣ୍ଠା ବ୍ଳକର ପ୍ରାୟ ୮୦୦୦ରୁ ଉର୍ଦ୍ଧ୍ବ କର୍ମୀ ଏହି ସମାବେଶରେ ଯୋଗଦେଇଥିଲେ ।



