ବିଜେଡି ଦଳର ପ୍ରତିଷ୍ଠା ଦିବସ ରେ ବିଜୁବାବୁଙ୍କ। ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନଏବଂ ଦୁଇ ସରପଞ୍ଚଙ୍କ ସମେତ ବହୁ କର୍ମୀ ବିଜେଡି ରେ ସାମିଲ୍

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଜେଡି ପକ୍ଷରୁ ଆଜି ୨୪ ତମ ଜନ୍ମତିଥି ପାଳନ କରାଯାଇଛି। ବିଞ୍ଝାରପୁର କଲ୍ୟାଣ ମଣ୍ଡପ ରେ ଆଜି ପୂର୍ବାହ୍ନ ରେ ବିଜେଡି ର ବ୍ଳକ ସଭାପତି ମୁରଲୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟୀକା ତଥା ସରକାରି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗ ଦେଇଥିଲେ। ବିଜୁବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ସାମିଲ ହେବାକୁ ଯୁବକ ମାନଙ୍କୁ ସେ ଆହ୍ବାନ ହେବା ସହ ଉପସ୍ଥିତ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ,ଉପାଧଷ କୁମୁଦିନୀ ଦାଶ, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଯଥା ଇ ସୁଶାନ୍ତ କୁମାର ମିଶ୍ର, ଶ୍ରବଣ କୁମାର ଯେନା, ସୁଷମା ସେଠି, ସୁଜାତା ମଲ୍ଲିକ, ମାମିନା ମଲ୍ଲିକ, ବ୍ଳକ ମହିଳା ମୋର୍ଚ୍ଚା ର ସଭାପତି ଅହଲ୍ୟା ସ୍ୱାଇଁ, ଛାତ୍ର ବିଜେଡ଼ି ସଭାପତି ଲେନିନ ଦାସ୍,ଯୁବ ବିଜେଡ଼ିର ସଭାପତି ଦିଲ୍ଲିପ କୁମାର ରାଉଳ, ଜିଲ୍ଲା କୃଷକ ସଂଗଠନ ର ସଭାପତି ନିତ୍ୟାନନ୍ଦ ରାଉତ, ବିଜେଡି ର ବ୍ଳକ ସଂଯୋଜକ ପ୍ରଦିପ ମହାନ୍ତି, ନିର୍ବାଚନ ମଣ୍ଡଳୀ ସଭାପତି ଖଗେଶ୍ବର ମହାନ୍ତି , ଦଶରଥପୁର ବ୍ଲକ ର ଉପାଧକ ରଞ୍ଜନ କୁମାର ପୃଷ୍ଟି, ସରପଞ୍ଚ ଆଶାଲତା ସାହୁ, ବ୍ଲକ ସଂଖ୍ୟାଲଘୁ ସେଲ୍ ସଭାପତି ମୋଜାହିଦ ଆଲିଖାନ, ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ଉପ ସଭାପତି ଇ ଲିଆକତ ଅଲିଖାନ, ପ୍ରମୁଖ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କଲ୍ୟାଣ ପୁର ସରପଞ୍ଚ ସୁନିତା ନାୟକ ଓ ତାଙ୍କ ସ୍ଵାମୀ ତଥା ଯୁବ ସଂଗଠକ ମୁକ୍ତିକାନ୍ତ ସାମଲ,ଓଳେଇ ଓ ଚନ୍ଦନ ପୁରର ସରପଞ୍ଚ ପ୍ରାର୍ଥୀ ଦିଗାମ୍ବର ପାତ୍ର ଏବଂ ଅରେଇ ପଞ୍ଚାୟତ ର ସରପଞ୍ଚ ଦେବାନନ୍ଦ ମଲ୍ଲିକ ନିଜ ନିଜ ର ସମର୍ଥନ ମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ବିଜେଡି ଦଳରେ ସାମିଲ ହୋଇଥିଲେ। ବିଧାୟିକା ପ୍ରମିଳା ମଲ୍ଲିକ ନବାଗତ ମାନଙ୍କୁ ସ୍ବାଗତ କରିବା ସହ ଦଳରେ ସାମିଲ କରିଥିଲେ। ବିଜେଡି ର ପ୍ରତିଷ୍ଠା ଦିବସ ରେ ଏହି ତୁଙ୍ଗ ନେତାଙ୍ଗ ଦଳରେ ସାମିଲ ଦ୍ବାରା ଦଳ ଅଧିକ ମଜବୁତ ହେବବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି l




