ବଅଁରପାଳ ବ୍ଲକ ଅଫିସରେ ବିଜେପିର ବିକ୍ଷୋଭ

(ଜେ ବି ଏନ /ସୁଶାନ୍ତ କୁମାର) ୨୮/୧୨/୨୦୨୦ ଅନୁଗୋଳ :
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହଡ଼ପ ତଥା ଜାଲିଆତି କରି ବିଜେଡି ଦଳ ସରକାରୀ କଳ ସହାୟତାରେ ଆଜି ବଅଁରପାଳ ବ୍ଲକ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ବିଜେପି

ନେତା ଅମୀୟ ତ୍ରିପାଠୀ ଯୋଗ ଦେଇ ଓଡ଼ିଶା ରେ ଶାସକ ବିଜେଡି ଦଳ ହଡ଼ପ ତଥା ଜାଲିଆତି କରି କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ଘର ଗୁଡିକରେ ବିଜୁ ପକ୍କା ଘରର ଷ୍ଟିକର ମାରୁଛନ୍ତି ଏବଂ ଦଳୀୟ ଆଧାରରେ ନିଜ କର୍ମୀଙ୍କୁ ଘର ବଣ୍ଟନ କରୁଛନ୍ତି ସେ ସମ୍ପର୍କରେ ପ୍ରକାଶ କରିଥିଲେ l ଏଭଳି କାମ କରି ମୁଖ୍ୟମନ୍ତ୍ରୀ ନିଜ ପିତା ଙ୍କ ନାମ ଅପବ୍ୟବହାର କରୁଛନ୍ତି ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିର ଘୋର ପ୍ରତିବାଦ ଜଣାଇବା ସହ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ l ଶେଷରେ ବିଜୁ ପକ୍କା ଘର ଷ୍ଟିକର ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କିତ ଚିଠାକୁ ଚିରା ଯାଇଥିଲା l




