ଠିକା ସଂସ୍ଥାର ଅବହେଳା, ବିପଦରେ ସାଧାରଣ ଲୋକଙ୍କ ଜୀବନମରଣଯନ୍ତା ପାଲଟିଛି ନାଲକୋ –ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ନାଲକୋ ଛକଠାରୁ ଅନୁଗୋଳ ଦେଇ ଯାଇଥିବା ଯାଇଥିବା ଜାତୀୟ ରାଜପଥ ଏବେ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତା ପାର୍ଶ୍ଵରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ଖୋଳି ଦୀର୍ଘଦିନ ଧରି ଛାଡ଼ି ଦିଆଯାଇଥିବାରୁ ପ୍ରତିଦିନ ଯାତାୟାତରେ ନାକେଦମ ହେଉଛନ୍ତି ସାଧାରଣ ଲୋକ।ବିଶେଷକରି ରାତି ସମୟରେ ଗର୍ତ୍ତ ଦେଖିବା କଷ୍ଟସାଧ୍ୟ ହେଉଥିବାରୁ ଦୁଇଚକିଆ ଓ ଛୋଟ ଗାଡ଼ି ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥାନରେ ବର୍ଷା ପାଣି ଜମି ରହୁଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଇପଲାଇନ୍ କିମ୍ବା ଅନ୍ୟାନ୍ୟ ନିର୍ମାଣ କାମ ପାଇଁ ରାସ୍ତା ଖୋଳାଯାଇଥିଲେ ମଧ୍ୟ କାମ ସରିବା ପରେ ଠିକ ଭାବେ ମରାମତି କରାଯାଇନାହିଁ। ଏହାକୁ ନେଇ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।ଏନେଇ ଶୀଘ୍ର ପଦକ୍ଷେପ ନେଇ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ନଚେତ୍ ଆଗାମୀ ଦିନରେ ବଡ଼ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି।




