ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ବିଜେଡିର ପଥପ୍ରାନ୍ତ ସଭା

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ରେ ସ୍ଥାନ ସଂରକ୍ଷଣ ର ବ୍ୟବସ୍ଥା ନିମନ୍ତେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଅନୁଗୋଳ ପୌରପାଳିକା ର ରାଜା ଛକ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ପାଇଁ ଏକ ପଥପ୍ରାନ୍ତଃ ସଭା ର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ରାଜ୍ୟ ଛାତ୍ର ବେପାର ର ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରକାଶ ଡ଼ାଙ୍ଗ ପ୍ରମୁଖ ଭାବେ ଉପସ୍ଥିତ ଥିଲେ। ଯୁବ ନେତା ଅରୁଣାଭ ସିଂହ, ରାଜ୍ୟ

ଯୁବ ଜନତା ଦଳ ଉପ ସଭାପତି ସୁଜିତ ଦ୍ବିବେଦୀ, ଜିଲ୍ଲା ଯୁବ ବିଜେଡି ଉପ ସଭାପତି ସରୋଜ ନାୟକ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଅଶୋକ ସାହୁ, ଜିଲ୍ଲା ଯୁବ ସମ୍ପାଦକ ଯୋଗେଶ ପ୍ରଧାନ, ସରୋଜ ସାହୁ, ପ୍ରବୀଣ ସାମଲ, ଅନୁଗୋଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ବଅଁରପାଳ ବ୍ଲକ ଯୁବ ବିଜେଡି ସଭାପତି ସୁସେନ ଗଡ଼ନାୟକ, ଅନୁଗୋଳ ବ୍ଲକ ଯୁବ ବିଜେଡି ରାକେଶ ନନ୍ଦ, ଅନୁଗୋଳ ନଗର ସଭାପତି ବିଶ୍ୱରଞ୍ଜନ ସାହୁ, ଅନୁଗୋଳ ବ୍ଲକ ସଭାପତି ସରୋଜ ନାରାୟଣ ସାହୁ, ପୂର୍ବତନ ଯୁବ ବିଜେଡି ସଭାପତି ତପନ ତ୍ରିପାଠୀ, ତାପସ ରଞ୍ଜନ ନାୟକ, ଶୋଭନ ମିଶ୍ର, ବଳରାମ ଜେନା ସଭା ପରିଚାଳନା କରିଥିଲେ।




