
ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ
(ଜେ ବି ଏନ /ସୁଶାନ୍ତ କୁମାର) ୨୯ /୧୨/୨୦ ଅନୁଗୋଳ : ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଭଳି ଐତିହାସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁଗୁଳ ବିଧାନସଭା କ୍ଷେତ୍ର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଅନୁଗୁଳ ରାଜା ଛକଠାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ପାଇଁ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ରାଜ୍ୟ ଛାତ୍ର ବ୍ୟାପାର ଯୁଗ୍ମ ସମ୍ପାଦକ ପ୍ରକାଶ ଡ଼ାଙ୍ଗ , ରାଜ୍ୟ ଯୁବ ଜନତା ଦଳ ଉପସଭାପତି ସୁଜିତ ଦ୍ବିବେଦୀ , ଯୁବନେତା ଅରୁଣାଭ ସିଂହଙ୍କ ସହିତ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ସରୋଜ ନାୟକ , ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଅଶୋକ ସାହୁ , ଜିଲ୍ଲା ଯୁବ ସମ୍ପାଦକ ଯୋଗେଶ ପ୍ରଧାନ ,ବଅଁରପାଳ ବ୍ଳକ ଯୁବ ବିଜେଡି ସଭାପତି ସୁସେନ ଗଡ଼ନାୟକ ,ଅନୁଗୋଳ ବ୍ଲକ ଯୁବ ବିଜେଡି ରାକେଶ ନନ୍ଦ ,ସରୋଜ ସାହୁ , ପ୍ରବୀଣ ସାମଲ , ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ , ଅନୁଗୁଳ ନଗର ସଭାପତି ବିଶ୍ୱରଞ୍ଜନ ସାହୁ , ଅନୁଗୁଳ ବ୍ଲକ ସଭାପତି ସରୋଜ ନାରାୟଣ ସାହୁ , ପୂର୍ବତନ ଯୁବ ବିଜେଡି ସଭାପତି ତପନ ତ୍ରିପାଠୀ , ତାପସ ରଞ୍ଜନ ନାୟକ , ଶୋଭନ ମିଶ୍ର , ବଳରାମ ଜେନା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।



