ସୁଲଭ ମୂଲ୍ୟ ଦୋକାନରେ ଯାଞ୍ଚ କଡାକଡି

ଜେ ବି ଏନ, ୩୧/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟ ସରକାରଙ୍କ Food_Odisha ବିଭାଗ ଅଧିନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ୩୬୦୦ଟି ସୁଲଭ ମୂଲ୍ୟ ଦୋକାନରେ ଓଜନ ଯନ୍ତ୍ର ଏବଂ ଉପକରଣଗୁଡିକର ଯାଞ୍ଚ କରାଯାଇ ୨୬୧ଟି ଖିଲାଫକାରୀଙ୍କ ଠାରୁ ୪ ଲକ୍ଷ ୯୬ ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିଲା । ଅଧିକାରୀମାନେ ଉପସ୍ଥିତ ଖାଉଟିମାନଙ୍କୁ ସଚେତନ ମଧ୍ଯ କରିଥିଲେ ।



