- ବିରଜା କ୍ଷେତ୍ର ଯାଜପୁର ଜିଲ୍ଲା ସାରଥୀ ପରିବାର ତରଫରୁ ନବବର୍ଷ ଉପଲକ୍ଷେ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ ଉତ୍ସବ ଅନୁଷ୍ଠିତ

ଜେ ବି ଏନ, ୦୧ /୦୧ /୨୦୨୧, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମରେ ବିରଜା କ୍ଷେତ୍ର ଯାଜପୁର ଜିଲ୍ଲାର ସାରଥୀ ପରିବାର ତରଫରୁ ନବବର୍ଷ ଉପଲକ୍ଷେ ଗରିବ ଶ୍ରେଣୀର ଲୋକମାନଙ୍କୁ କମ୍ବଳ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ସାରଥୀ ଆମ ମାନଙ୍କ ପାଇଁ ଭଗବାନ। ଆମେ ତାଙ୍କର ଅଶେଷ କୃପା ପାଇବା ପାଇଁ ଶେଷ ଜୀବନ ଥିବା ଯାଏ ଆମେ ତାଙ୍କର ପୁଜା କରୁଥିବୁ। ପ୍ରତିବର୍ଷ ନୁଆ ଦିନରେ ପ୍ରଭୁଙ୍କ ବାଣିରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ସେବାକାର୍ଯ୍ୟ କରିଥାଉ। ଏ ବର୍ଷ ସିଂହପୁର ଠାରେ ଥିବା ଶୁଶାନ୍ତ କୁମାର ଦାସ ଓ ସୈାଦାମିନୀ ଦାସଙ୍କ ଘରେ ତାଙ୍କ ଅନୁରୋଧ କ୍ରମେ ପ୍ରଭୁଙ୍କର ପୁଜା ଅର୍ଚ୍ଚନା କରାଯାଇ କମ୍ବଳ ବଣ୍ଟନ ଉତ୍ସବ ଅନୁଷ୍ଠିତ

ହୋଇଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରାୟ ୫୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏତଦ୍ ବ୍ୟତୀତ ପ୍ରାୟ ୨୦୦ ଲୋକଙ୍କ ପାଇଁଁ ଅନ୍ନପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବ କୁ ମୂଖ୍ୟ କାର୍ଯ୍ୟଗ୍ରାହି ଗୋପବନ୍ଧୁ ନାୟକ, ମଦନମୋହନ ବାଇ,ବଙ୍ଗବାଳା ମହାନ୍ତି, ତାରିଣୀ ସାହୁ, ମନୋରମା ସାହୁ ପ୍ରମୁଖଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା।




