
ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ
ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ବିଦ୍ୟାଳୟ ପ୍ରବେଶ
ଜେ. ବି. ଏନ୍ (୦୮/୦୧ /୨୦୨୧) କୋଭିଡ ଭୁତାଣୁର ପ୍ରଭାବ ଯୋଗୁଁ ଦୀର୍ଘଦିନ ଧରି ବଳ ଥିବା ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଆଦ୍ୟ ତା. ୦୮/୦୧ /୨୦୨୧ ରେ ଖୋଲିଥିଲା। କେବଳ ୧୦ ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ସମସ୍ତ କୋଭିଡ ଗାଇଡ୍ ଲାଇନ୍ ମାନି ବିଦ୍ୟାଳୟ ପ୍ରବେଶ କରିଥିଲେ। ପୂର୍ବ ପ୍ରସୂତି ସ୍ଵରୁପ ବିଦ୍ୟାଳୟ ଶ୍ରେଣୀଗୃହ ସବୁ ପରିଷ୍କାର କରାଯଇଥିଲା। ସ୍କୁଲ ର ମୁଖ ଫାଟକ ପାର୍ଶ୍ଵରେ ପିଲା ମାନଙ୍କୁ ସାନିଟାଇଜର ଯୋଗାଇଦିଆଯାଇଥିଲା ଓ ସାମାଜିକ ଦୂରତା ରକ୍ଷା ସୁନିଶ୍ଚିତ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ପିନ୍ଧି ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପେ ନିମିତ୍ତ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ରାଉତ, ସଭ୍ୟ ଶରତ ଚନ୍ଦ୍ର ଦାସ, ସି. ଆର. ସି. ସି ପ୍ରଭାତ କୁମାର ସାହୁ, ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସତପଥୀ, ଅନ୍ୟନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସମସ୍ତେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସଚେତନତା ସ୍ଵରୁପ ବିଭିନ୍ନ ସ୍ଥାନ ଓ ଶ୍ରେଣୀ ଗୃହ ଦ୍ଵାର ଦେଶରେ କୋଭିଡ ନିୟମାବଳୀ ପୋଷ୍ଟର ମାଧ୍ୟମରେ ଉକ୍ତ ପ୍ରଦର୍ଶନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ର ଦୀର୍ଘ ଦିନରେ ଅବକାଶ ପରେ ବିଦ୍ୟାଳୟ ପ୍ରବେଶ ଯୋଗୁଁ ପରିବେଶ ଚଳ ଚଞ୍ଚଳ ହୋଇଥିଲା। ୨୦ /୨୫ ପିଲା ବସିବା ପାଇଁ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରେଣି ଶିକ୍ଷାଦାନ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ମଧ୍ୟାହ୍ନ ବିରତି ସମୟରେ ପିଲାମାନଙ୍କୁ ସାବୁନୁରେ ହାତ ଧୋଇବା ନିଜ ଘରୁ ଆଣିଥିବା ସୁଷମ ଓ ପୃଷ୍ଟି କର ଖାଦ୍ୟ ଗ୍ରହଣ କରିଥିଲେ। କୌଣସି ପିଲାଙ୍କୁ ସ୍କୁଲ ରୁ ବାହାରକୁ ଯିବା ପାଇଁ ବାରଣ କରାଯଇଥିଲା। ଶ୍ରେଣି ଶିକ୍ଷାଦାନ ଛାତ୍ର ଛାତ୍ରୀ ପାଇଁ ଅଧିକ ଉପାଦେୟ ଓ ପ୍ରଭାବ ଶାଲା ଦେଇଥିବାର ସେମାନେ ଅନୁଭବ କରିଥିଲେ। ଦିବା ୪ ଘଟିକା ସମୟରେ କୋଭିଡ ନିୟମ ମାନି ପିଲା ମାନେ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।



