
ବିକଳ୍ପ ରାସ୍ତା ତିଆରି କୁ ବିରୋଧ କରି ତର୍କବେଡା ଗ୍ରାମବାସୀ ଙ୍କ ଦ୍ଵାରା ଶାନ୍ତିପୂର୍ଣ୍ଣ ବୈଠକ
(ଜେ. ବି. ଏନ୍ /ବିନୋଦ କୁମାର) ୦୮/୦୧ /୨୦୨୧
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମଝିରେ ଥିବା ପଞ୍ଚାୟତ ରାସ୍ତା କୁ ବନ୍ଦ କରାଯାଇ ଅନ୍ୟ ଏକ ଦୁର୍ଗମ ପାହାଡ଼ିଆ ଜଙ୍ଗଲ ମଧ୍ୟରେ ବିକଳ୍ପ ରାସ୍ତା ତିଆରି କୁ ବିରୋଧ କରି ତର୍କବେଡା ଗ୍ରାମବାସୀ ଙ୍କ ଦ୍ଵାରା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ବୈଠକ ଅନୁଷ୍ଠିତ ହୋଇଛି।
ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଶ୍ରୀ ଅଭୟ ସାହୁ (POSCO କାରଖାନା ବନ୍ଦ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ), ଗ୍ରାମର ସଭାପତି ଶ୍ରୀ ଶତ୍ରୁଘ୍ନ ପ୍ରଧାନ ,ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ଜେନା ଓ ଗ୍ରାମ ସମସ୍ତ ଆବାଳ ବୃଦ୍ଧ ବନିତା ଉପସ୍ଥିତ ଥିଲେ।
ଦୀର୍ଘ ୬ ଦିନ ଧରି ଗ୍ରାମବାସୀ ମାନେ ୨୪ ଘଣ୍ଟା ଆନ୍ଦୋଳନ ରେ ଅଛନ୍ତି।
ରୁଙ୍ଗଟା ମାଇନସ୍ ପ୍ରାଇଭେଟ ଲିମିଟେଡ଼୍ ଓ ଜିଲ୍ଲା ପ୍ରଶାସନ ଗ୍ରାମବାସୀ ମାନଙ୍କ ବିରୋଧରେ ଯାଇ ନୂତନ ରାସ୍ତା ତିଆରି କରିବା ପାଇଁ ଜମି ଚିହ୍ନଟ କରିବା ପାଇଁ ଧମକ ଦେଇଛି।
କିନ୍ତୁ ଗ୍ରାମବାସୀ ମାନଙ୍କ ର ଗୋଟିଏ ସ୍ୱର ମରିବୁ ପଛେ ଛାଡ଼ିବୁ ନାହିଁ।ଆଗ ମାଟି ପରେ ପାଟି।
ରାସ୍ତା ଦେଇ ପ୍ରତିଦିନ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତ ର ବାସିନ୍ଦା ଯାତାୟାତ କରନ୍ତି।
୫୫ ନମ୍ୱର୍ ଜାତୀୟ ରାଜପଥ,ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର , ରେଳ ଷ୍ଟେସନ ଭଳି ଅତ୍ୟାଶ୍ୟକୀୟ ସ୍ଥାନ କୁ ଏହି ରାସ୍ତା ଏକ ମାତ୍ର ଭରସା,
ଏଣୁ ଲୋକମାନଙ୍କ ହିତ ନିମନ୍ତେ ଏହି ରାସ୍ତା ନିତ୍ୟାନ୍ତ ଆବଶ୍ୟକ।
ପ୍ରଶାସନ ଓ କାରଖାନା ପକ୍ଷରୁ ଲୋକମାନଙ୍କୁ ଧମକାଇ ରାସ୍ତା କୁ ବନ୍ଦ କରିବାର ପ୍ରୟାସ ଜାରି ରଖିଛନ୍ତି।



