ଜୟ ଶ୍ରୀରାମ ଧ୍ୱନି ରେ କମ୍ପିଲା ତାଳଚେର ଓ ଅନଗୁଳ ସହର

ଜେ ବି ଏନ, ୧୧/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନଗୁଳ : ଦୁଇ ଦିନିଆ ଅନୁଗୋଳ ଗ୍ରସ୍ତ ରେ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଭିନ୍ନ ସ୍ଥାନ ରେ ସମ୍ବର୍ଦ୍ଧନା ଦଳ ପକ୍ଷ ରୁ ଜଣା ଯାଇଛି l ପ୍ରଥମେ ନିଜ ବାସ ସ୍ଥାନ ନାଲମ ଗ୍ରାମ କୁ ଯାଇ ନୃସିଂହ ନାଥ ଙ୍କୁ ଦର୍ଶନ କରି ତାପରେ ମା ହିଙ୍ଗୁଳା ଙ୍କ ପୂଜାଚର୍ଣ୍ଣl କରି ସମସ୍ତ ଙ୍କର ମଙ୍ଗଳ କାମନା କରିଥିଲେ l ଏହା ସହିତ ତାଳଚେର ରେ ଥିବା କୋଇଲା ଖଣି ଗୁଡିକରୁ କୋଇଲା ଉତ୍ତୋଳନ ତଥା ରପ୍ତାନି ସମ୍ବଧ ରେ ଆଲୋଚନା କରିବା ସହ ତାଳଚେର ରେ ଥିବା ସମସ୍ତ ଟ୍ରକ ଗୁଡିକ ଦୈନନ୍ଦିନ କିଭଳି ଭାବ ରେ କୋଇଲା ପରିବହନ କରିପାରିବେ ସେ ସମ୍ବଧ ରେ (ଏମ.ସି.ଏଲ )ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ l ସେଠୁ ବାହାରି ଅନଗୁଳ ର ସର୍କିଟ ହାଉସ କୁ ଆସିଥିଲେ l ସେଠାରୁ ଏକ ବିଶାଳ ରାଲି ବାହାରି ରାଣୀଗୁଡା ସ୍ଥିତ ବିଜେପି କାର୍ଯ୍ୟାଳୟ କୁ ଯାଇ ଥିଲେ l ସେଠାରେ ବିଜେପି ର ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ଅନଗୁଳ ଜିଲ୍ଲା ର ଛେଣ୍ଡିପଦା l ଆଠମଲ୍ଲିକ l ଅନଗୁଳ l ପାଲଲହଡା l ତାଳଚେର ର ପ୍ରାୟ ଚାରି ଶହ ରୁ ଉର୍ଦ୍ଧ ନେତା ଓ କର୍ମୀ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପି ରେ ସାମିଲ ହୋଇ ଥିଲେ l ଜିଲ୍ଲା ରେ ଶିଳ୍ପ -ଖଣି ରେ ଲୋକଙ୍କୁ ରୋଜଗାର ଓ ଯୁବକ ଙ୍କୁ ନିଯୁକ୍ତି ମୋର ପ୍ରାଥମିକତା ବୋଲି ସଭା ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି l ଜିଲ୍ଲା ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ ଓ ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ପ୍ରସଙ୍ଗ ଉପରେ ଏକ ପ୍ରଶ୍ନ ରେ ସଠିକ ସମୟ ରେ ମେଡିକାଲ କଲେଜ ଚାଲିବ ଓ ଥର୍ମାଲ ପ୍ଲାଣ୍ଟ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ l ଏହି ବିଶାଳ କାଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, କାଳନ୍ଦୀ ସାମଲ, ପ୍ରତାପ ପ୍ରଧାନ, ବିଜୟ ମାଝୀ, ରୁଦ୍ର ନାରାୟଣ ପାଣି, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ, ଦିଲ୍ଲୀପ ପ୍ରଧାନ, ରବି ନାରାୟଣ ପାଣି, ସୁବୋଧ ପାଣି, ମଞ୍ଚ ରେ ଉପସ୍ଥିତ ଥିଲେ l ଏହି ଅବସର ରେ ସାମ୍ବାଦିକ ମାନେ କରୋନା ଯୋଦ୍ଧା ହୋଇ ଥିବା ବେଳେ ଏମାନଂକୁ ପ୍ରଥମ ପ୍ରଜାୟ ରେ (କରୋନା ଭାକସିନ )ପ୍ରଦାନ ପାଇଁ ଅନଗୁଳ (ଡିସ୍ଟିକ ୟୁନିୟନ) ଦାବୀ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରି ଥିଲେ l



