ନାଲକୋ ପୋଲିସ ଦ୍ୱାରା ମୃତ ଦେହ ଉଦ୍ଧାର

ଜେ ବି ଏନ, ୧୧/୧/୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ ::ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ଶୀତଲା ହଟିଙ୍ଗି ନିକଟରେ ଏକ ଗଛରୁ ନାଲକୋ ପୋଲିସ ଗତ କାଲି ଜଣେ ବୃଦ୍ଧଙ୍କ ମୃତଦେହ ଉଧାର କରିଛି।ପୋଲିସ ସୂତ୍ରରୁ ପ୍ରକାଶ କରିଛନ୍ତି।ମୃତ ବ୍ୟକ୍ତିଙ୍କ ଘର ଗଂଦିଆର ପୀତବାସ ପ୍ରଧାନ (୬୦) ଶିତଲା ହଟିଙ୍ଗି ରେ ତାଙ୍କ ଝିଅ ସରସ୍ୱତୀ ପ୍ରଧାନ ଓ ଜ୍ବାଇଁ ବିରଞ୍ଚି ପ୍ରଧାନ ରହୁଛନ୍ତି।ଝିଅ ଜ୍ବାଇଁଙ୍କ ପାଖକୁ ସେ ପାଞ୍ଚ ଦିନ ହେଲା ଆସିଥିଲେ।ଗତ କାଲି ସକାଳୁ ପୋଲିସ ତାଙ୍କ ଝୁଲନ୍ତା ମୃତ ଦେହ ଉଧାର କରିଛନ୍ତି। ଝିଅ ଜ୍ବାଇଁଙ୍କ ସହ କଳହରୁ ପୀତବାସ ଆତ୍ମହତ୍ୟା କରିଥାଇପରନ୍ତି ବୋଲି ନାଲକୋ ପୁଲିସ ସଂଦେହ କରିଛି। ଏ ସଂପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ସଂପର୍କରେ ନାଲକୋ ପୁଲିସ ତଦନ୍ତ ଚଳାଇଛି।



