
ଓଡିଶାକୁ ମିଳିଲା ଦୁଇଟି ଜାତୀୟ ପୁରସ୍କାର
(ଜେ ବି ଏନ) ୧୨/୦୧ /୨୦୨୧ /ଭୁବନେଶ୍ବର /ନୂଆଦିଲ୍ଲୀ – ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର । ଦ୍ୱିତୀୟ ଜନାଗ୍ରହ ସିଟି ଗଭର୍ଣ୍ଣାନସ ପୁରସ୍କାର ଉତ୍ସବରେ ୫ଟି ଶ୍ରେଣୀ ମଧ୍ୟରୁ ଓଡିଶାକୁ୨ଟି ଶ୍ରେଣୀରେ ପୁରସ୍କାର ମିଳିଛି । ଭର୍ଚୁଆଲ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଭାପତିତ୍ୱ କରିଥିଲେ । ଜାଗା ମିଶନ ପାଇଁ ଗୃହ ଓ ସହର ବିକାଶ ବିଭାଗ (ଏଚ ଏଣ୍ଡ ୟୁଡିଡି )କୁ ଜାତୀୟ ପୁରସ୍କାର ମିଳିଛ । ବିଭାଗର ସଚିବ ଜି. ମାଥିଭାଥନ ପୁରସ୍କାର ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ବସ୍ତି ବାସିନ୍ଦାଙ୍କ ପାଇଁ ଐତିହାସିକ ଓଡିଶା ଭୂମି ଅଧିକାର ଆଇନ ପାଇଁ ଜାଗା ମିଶନକୁ ମିଳିଛି ପୁରସ୍କାର ।ଗୃହ ଓ ସହର ବିକାଶ ବିଭାଗର ପବ୍ଲିକ ହେଲଥ ଇଂଜିନିୟରିଂ ଅର୍ଗାନାଇଜେସନକୁ ମଧ୍ୟ ପୁରସ୍କୃତ କରାଯାଇଛି । ପାଇପ ଯୋଗେ ସମସ୍ତଙ୍କୁ ଜଳ ଯୋଗାଣ ଯୋଜନା ପାଇଁ ଅର୍ଗାନାଇଜେସନକୁ ବେଷ୍ଟ୍ ସିଭିକ ଏଜେନ୍ସୀ ପୁରସ୍କାର ମିଳିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

