ଧାନ ଚୋରାଚାଲାଣ ବେଳେ ଧାନ ବୋଝେଇ ପିକପ ଜବତ …..!

ଜୁନାଗଡ଼ (ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଲିଛଡା ମଣ୍ଡି ଓ ମହିଭର ମଣ୍ଡି, କେଲିଆ ମଣ୍ଡି, କଳିଆକୁଣ୍ଡଳମଣ୍ଡି, ଭେଜିପଦର ମଣ୍ଡି ରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଥିବାବେଳେ, ଧାନ ଊଠି ପାରୁନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିରହିଛି, ଆଗକୁ ଅଦିନିଆ ବର୍ଷା ଓ ଖରିପ ଚାଷ ଘନେଇ ଆସୁଥିବାବେଳେ ଚାଷୀ କିପରି ଆଗକୁ ଚାଷକରିବୁ ସେହିଭାଲେଣି ପଡିରହିଥିବାବେଳେ,ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ କରିବାରେ ବ୍ୟସ୍ତ,କେବେ ଚାଷୀ ର ଧାନ ଉଠେଇବ ସେହିଚିନ୍ତା ଘାରିରହିଛି, ଏହିସମୟରେ ଅନ୍ୟବ୍ଲକ ରୁ ଦଲାଲ ମାନେ ହଜାର ହଜାର କୁଇଣ୍ଟାଲ ଧାନ ଚୋରା ଚାଲାଣ କରି କେଲିଆ ମଣ୍ଡି ଓ ବାଲିଛଡା ମଣ୍ଡିରେ ଦଲାଲ ମାନେ ଧାନ ବିକ୍ରିକରୁଥିବାରୁ ଚାଷୀ ର ଧାନ ମଣ୍ଡିରେ ପଡିରହିଥିବା ଚାଷୀ ଅଭିଯୋଗ କରୁଛନ୍ତି,ଆଜି ସେହି ବାଲିଛଡା ମଣ୍ଡି ର ପୀଳିକିଆ ପାଖରେ ଦୁଇଟି ଧାନ ବୋଝେଇ ପିକପ ଚାଷୀମାନେ ଜବତ କରିଛନ୍ତି, ଧାନ ବିରମାଳ ର ଗାଡି ନଂ OD08Z0307,କୋକସରା ବ୍ଲକ ଚିକିଲି ର ଗାଡି ନଂOD05 M2911 ବୋଲି ଜଣାପଡିଛି, ଫଳରେ ଚାଷୀ କଳାହାଣ୍ଡି, ସି ଏସ ଓ, ଏମ ଆ ଇ, ଜୁନାଗଡ଼ କୁ ଯୋଗାଯୋଗ କରିଥିଲେ, ଫଳରେ ଜୁନାଗଡ଼ ପୋଲିସ ଖବର ପାଇବାପରେ ପୋଲିସ ଏ,ଏସ, ଆଇ, ମକରଧଜ ବିଶୋଇ ଘଟଣା ସ୍ଥଳରେ ପହଂଚି ଦୁଇଟି ଧାନ ବୋଝଇ ପିକପ କୁ ଜବତ କରି ଜୁନାଗଡ଼ ଥାନାକୁ ନେଇଥିବା ଦେଖାଯାଇ ଛି, ହେଲେ ଦେଖାଜାଓ ପ୍ରଶାସନ କେତେଦୂର ଚାଷୀପ୍ରତି ଦୃଷ୍ଟି ଦେଉଛନ୍ତି କି ନାହିଁ ଓ ଚାଷୀ ର ଧାନ ଉଠୁଛିକି ନାହିଁ, ଦଲାଲ ପ୍ରତି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକିରହିଲା, ଧାନ ଉଠିବ କି ନାହିଁ ତାହା ଦେଖି ଚାଷୀ ମହଲରେ ଅସନ୍ତୋଷ ଦେଖାଯାଉଛି,



