
ମଦ୍ୟପ ଚାଳକ ହେଇ ଯାଆନ୍ତୁ ସାବଧାନ
(ଜେ ବି ଏନ/ସୁଶାନ୍ତ କୁମାର) ୧୩/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ମଦ୍ୟପ ଚାଳକ ହେଇ ଯାଆନ୍ତୁ ସାବଧାନ । ବଅଁରପାଳ ଅଞ୍ଚଳରେ ଆଞ୍ଚଳିକ ପରିବହନ ଅଧିକାରୀ ଦ୍ଵାରା ମଦ୍ୟପ ଚାଳକ ଙ୍କୁ କାବୁ କରିବା ପାଇଁ ଜୋରଦାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟରେ ଦୂର୍ଘଟଣା ରେ ହାର ଧୀରେ ଧୀରେ ବଢିଚାଲିଛି। ସେଥିମଧ୍ୟରୁ ମଦ୍ୟପାନ କରି ଚାଳକଙ୍କ ଦ୍ଵାରା ଅଧିକ ଦୁର୍ଘଟଣା ଥିବାରୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଜୋରଦାର ପ୍ରସ୍ତୁତି କରାଯାଇଛି। ଆଜି ଏଥିପାଇଁ ଆଞ୍ଚଳିକ ପରିବହନ ବଅଁରପାଳ ଥାନା ସମ୍ମୁଖରେ ସନ୍ଧ୍ୟା ସମୟରେ ଆଡିସନାଲ ଆର୍ ଟି ଓ ଶ୍ରୀ ବିନୟ କୁମାର ପାଲ ଓ ଆଡିସନାଲ ଏମ୍ ଭି ଆଇ ଶ୍ରୀ ଗିରୀଶ ଚନ୍ଦ୍ର ତ୍ରିପାଠୀ ଙ୍କ ନେତୃତ୍ବରେ ରେ ବଅଁରପାଳ ଥାନା ଅଧିକାରୀ ଙ୍କ ସହ ମିଶି ମଦ୍ୟପାନ ବିରୋଧରେ ଚାଳକଙ୍କୁ ଯାଞ୍ଚ କରାଯାଇଥିଲା ।



