
ମହୀଧରପୁର୨୧ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୂଆଗାଁ କ୍ରିକେଟ ଦଳ କୁ ହରାଇ କୁରୁମିଠା ଦଳ ଚମ୍ପିୟାନ
(ଜେ ବି ଏନ /ସୁବ୍ରତ କୁମାର) ୧୩/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ଖେଳ ପଡ଼ିଆରେ ଆଠ ଦିନ ଧରି ୧୬ଟି ଦଳକୁ ନେଇ ମହୀଧରପୁର୨୧ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଆଜି ଏହି ଉଦଯାପିତ ଦିନରେ କୁରୁମିଠା ସହିତ ନୂଆଗାଁ ଖେଳ ହୋଇଥିଲା। ପ୍ରଥମେ ଟଚ ଜିତି କୁରୁମିଠା ବ୍ୟଟିଂ କରି ୨୦ ଓଭରରେ, ୭ ଓଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନୂଆଗାଁ ୧୮ ଓଭରରେ ସମସ୍ତ ଓଇକେଟ ହରାଇ ୧୦୪ ରନ କରି ପରାସ୍ତ ହୋଇଥିଲା। ଖେଳ ପରିଚାଳନା ଦାୟିତ୍ଵ ରେ ଥିଲେ ସୁଜିତ ସାହୁ ଓ ମଞ୍ଜିତ ସାହୁ। ଖେଳରେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବ ନେତା ଅରୁଣାଭ ସିଂହ, ସମ୍ମାନିତ ଅତିଥି ଭାବେ ନାଲକୋ ପେରିଫେରି ଟ୍ରକ ମାଲିକ ସଙ୍ଘ ସଭାପତି ସୁବାସ ଚନ୍ଦ୍ର ପଟ୍ଟନାୟକ, ମହୀଧରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିନୋଦ କୁମାର ବେହେରା, ସ୍ବେଚ୍ଛାସେବୀ ହେମନ୍ତ କୁମାର ପ୍ରଧାନ, ଉପସ୍ଥିତ ରହି ଖେଳାଳି ମାନକୁ ଉତ୍ସାହିତ କରିଥିଲେ।

ମଞ୍ଚ ସଂଯୋଜନା ଯୋଗିନାଥ ଜେନା, ସୁଶୀଲ ନାୟକ। ଟୁର୍ନାମେଣ୍ଟ ପରିଚାଳନା କରିଥିଲେ ରଞ୍ଜିତ ନାୟକ, କୁମୁଦ ଚନ୍ଦ୍ର ବେହେରା, ଦୀପକ ଜେନା, ସୁଧୀର ସାହୁ,ଅଶୋକ ସାହୁ,କ୍ଷୀରୋଦ ସାହୁ, ଅମରଜିତ ସାହୁ, ଜଗନ ସ୍ୱାଇଁ, ସିପୁନ ବେହେରା, ଚିତ୍ତରଞ୍ଜନ ଜେନା, ବବୁନ ସାହୁ, ସମୀର ସାହୁ, ସନୋଜ ପୃଷ୍ଟି, ପ୍ରବୀର ପ୍ରଧାନ, ସୁଶୀତ କୁମାର ନାୟକ,ଚିକୁ ସାହୁ,ଆଶିଷ ପ୍ରଧାନ, ସୌଭାଗ୍ୟ ବେହେରା,ଦୀପକ ନାୟକ,ଅନିରୋଧ ନାୟକ,ଜୟନ୍ତ ଜେନା, ଚିନୁ ନାୟକ,ଟିକି ଜେନା, ଟୁନା ପ୍ରଧାନ, ଲିପୁନ ସେଠୀ, ପିଣ୍ଟୁ ନାଥ,ମୁକେଶ ସାହୁ,ରକି ସାହୁ, କୁନା ଜେନା, ଦିପୁ ସାହୁ, ମୁନା ଜେନା, ଜ୍ୟୋତିରଞ୍ଜନ ବାରିକ ଓ ଅନ୍ୟମାନେ ଓପସ୍ଥିତ ରହି ସହଯୋଗ କରିଥିଲେ। ଚମ୍ପିୟାନ ଦଳ କୁରୁମିଠାକୁ ମୁଖ୍ୟ ଅତିଥି ଅରୁଣାଭ ସିଂହ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ସୁବାଷ ଚନ୍ଦ୍ର ପଟ୍ଟନାୟକ ଓ ବିନୋଦ କୁମାର ବେହେରା ରନର୍ସପ ଦଳ ନୂଆ ଗାଁ କୁ ରନର୍ସପ ଟ୍ରଫି ପ୍ରଦାନ କରିଥିଲେ। ସୂଚନା ଥାଉକି ମହୀଧରପୁର ଖେଳ ପଡ଼ିଆରେ ଦୀର୍ଘ ୩୦ ବର୍ଷ ପରେ ଚମ୍ପିୟାନ ଟ୍ରଫି ଜିତି ଥିବାରୁ କୁରୁମିଠା ଦଳ ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।



