
ମାତୃଶକ୍ତି ଯୁବକ ସଂଘ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
(ଜେ ବି ଏନ) ୧୮/୦୧ /୨୦୨୧ ଢେଙ୍କାନାଳ /କାମାକ୍ଷାନଗର : ମାତୃଶକ୍ତି ଯୁବକ ସଂଘ ପକ୍ଷରୁ ଭାଗିରଥିପୁର ଠାରେ ରକ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଥମେ ଉଦଘାଟନ କରି କହିଥିଲେ, ରକ୍ତଦାନ ଜୀବନ ଦାନ, ରକ୍ତଦାନ କରିବା ଦ୍ୱାରା ଆମେ ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ମନ୍ଧ୍ୟ ସୁସ୍ତ ଆଉ ସୁରକ୍ଷିତ ରେ ରହି ଥାନ୍ତି, ରକ୍ତଦାନ ଏକ ମହପୁରଣ୍ୟ ଅଟେ । ଆଜିର ଦିନରେ ରକ୍ତ ଭଣ୍ଡାର ଗୋଡିକ ରେ ରକ୍ତର ଅଭାବ ପରିଲକ୍ଷିତ ହେଉଅଛି ଏହାର କାରଣ ଆମେ ନିଜେ ଦାୟୀ, କାହିଁକି ନା ଏକ ସମୟରେ ଆମେ ପ୍ରାୟତଃ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି। କୌଣସି କ୍ଲବ କମିଟି ହୁଅନ୍ତୁ ପ୍ରତି ୧୦ ଦିନରେ ଭିତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋଟିଏ ଲେଖାଁଏ ରକ୍ତଦାନ ଶିବିର ଆୟୋଜନ ହେଉ ଯାହା ଫଳରେ ରକ୍ତର ଅଭାବ ରହିବ ନାହିଁ। ଆଜିର ଏହି ରକ୍ତଦାନ ଶିବିର ରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଅଛି କହି ବକ୍ତବ୍ୟ ଶେଷ କରିଥିଲେ। ଆଜିର ଏହି ରକ୍ତଦାନ ଶିବିର ରେ ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କ ମୁଖ୍ୟ ବିରଞ୍ଚି ପାଣି, ରକ୍ତଦାତା ସୁମନ୍ତ ଜେନା, ଢେ଼ଙ୍କାନାଳ ର ରକ୍ତ ଦାତା ବଦ୍ରି ନାରାୟଣ ବରାଳ ଓ ସମସ୍ତ ବ୍ଲଡ଼ ବ୍ୟାଙ୍କର କର୍ମଚାରୀ, ମାତୃଶକ୍ତି ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।



