
ଓମ ସାଇ ସତ୍ ଚରିତ୍ର ପାରାୟଣ ଅନୁଷ୍ଠାନ ୭ମ ବାର୍ଷିକ କାର୍ଯ୍ୟକ୍ରମ ବୈଠକ
(ଜେ ବି ଏନ) ୧୮/୦୧ /୨୦୨୧ ଢେଙ୍କାନାଳ : ସୋମବାର ଦିନ ସାଇ ଦରବାର ପ୍ରଙ୍ଗଣରେ ସନ୍ଧ୍ୟା ୬.୦୦ ଘଣ୍ଟିକା ସମୟରେ ଆଗାମୀ ୨୦ /୦୧ /୨୦୨୧ ପାଲିଙ୍କି ଯାତ୍ରା ଏବଂ ୨୧ /୦୧ /୨୦୨୧ ହେବାକୁ ଥିବା ଏକ ଦିବସୀୟ ସାଇ ସତ ଚରିତ୍ର ପାରାୟଣ ପାଇଁ ୨୫ ରୁ ଉର୍ଦ୍ଧ ସାର ସେବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଇ ଆଗାମୀ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ୍ ଦାୟିତ୍ବ ସେବକ ମାନଙ୍କୁ ଅର୍ପଣ କରାଯାଇଥିଲା। ଏହି ବୈଠକ ପରିଚାଳନା କରିଥିଲେ, ପ୍ରମୋଦ କୁମାର ମହାପାତ୍ର, ଶେଷରେ ଦୀନେଶ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।



