
ଭିଜିଲାନ୍ସ ହାତରେ ଧରାପଡିଲେ ଆଉଜଣେ ସରକାରୀ ବାବୁ
(ଜେ ବି ଏନ /ସୁଶାନ୍ତ କୁମାର) ୧୯/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ର ଜଣେ ସରକାରୀ ବାବୁ ନଗଦ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସପ୍ତାଶ୍ଚର୍ଯ୍ୟ ଅଞ୍ଚଳ ର ପଥର ଚାଲାଣ କାରୀ ଙ୍କୁ ହଇରାଣ କରି ୩୦,୦୦୦ ଟଙ୍କା ମାଗୀ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଭିଯୋଗ କାରୀ ଦିଲୀପ ସେନାପତି ଗତ କିଛି ଦିନ ପୂର୍ବେ ଭିଜିଲାନ୍ସ ଏସପି ଙ୍କୁ ଆଡିସନାଲ ତହସିଲଦାର ଲକ୍ଷ୍ମଣ ଦଳାଇ ଙ୍କ ନାମରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗକୁ ନେଇ ଭିଜିଲାନ୍ସ ଏସପି ଏକ ଟିମ ଗଠନ କରି ଡିଏସପି ଭିଜିଲାନ୍ସ କେନ୍ଦ୍ରାପଡା ସୁରେନ୍ଦ୍ରନାଥ ରାଇଗୁରୁ ଙ୍କ ତତ୍ତ୍ବାବଧାନରେ ଆଡିସନାଲ ତହସିଲଦାର ଙ୍କ ଢେଙ୍କାନାଳ ଦୋଳମଣ୍ଡପ ସାହି ଭଡ଼ା ଘର ରେଡ କରି ନଗଦ ୩୦,୦୦୦(ତିରିଶ ହଜାର) ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।



