ଚଣ୍ଡି ପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ

ଜେ ବି ଏନ, ୧୯/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଚୀନ ଓ ପାକିସ୍ତାନ ସୀମା (ପାକିସ୍ତାନ ବୋର୍ଡ଼ୱେର ) କୁ ଲାଗିଥିବା ସୀମାରେଖା ଉପରେ କାର୍ଯ୍ୟ କରିବାରେ ଚଣ୍ଡି ପ୍ରସାଦ ମହାନ୍ତି ଙ୍କର ସ୍ୱତନ୍ତ୍ର ଅଭିଜ୍ଞତା ରହିଛି । ପୂର୍ବରୁ ଆସାମ ରେ ହୋଇଥିବା ଆତଙ୍କବାଦୀ ଅଭିଯାନରେ ମଧ୍ୟ ତାଙ୍କର ବଡ଼ ଭୂମିକା ରହିଥିଲା ।
ଲେଫେନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଦେଶର ନୂଆ ସେନା ଉପମୁଖ୍ୟ ଭାବେ ଦାୟୀତ୍ୱ ଗ୍ରହଣ କରିବେ ସେନାମୁଖ୍ୟ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଓ ଭାରତୀୟ ସେନାର 42ତମ ଉପମୁଖ୍ୟ। ଗତବର୍ଷ ଭାରତୀୟ ସେନାର ଦଷିଣ କମାଣ୍ଡର ମୁଖ୍ୟ ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ
ଜଗତସିଂହପୁର ଜିଲ୍ଲା ସଦର ଜୟ ବୋର୍ଡ ଗ୍ରାମ ର ଅବସରପ୍ରାପ୍ତ ପ୍ରଶାନୀକ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଓ ସ୍ୱର୍ଗତ ପ୍ରଫେସର ଡଃ. ସାରଦା ମହାନ୍ତିଙ୍କ ପୁତ୍ର। ଚଣ୍ଡୀ ପ୍ରସାଦ ମହାନ୍ତି l ବାଗସାହି ୟୁପି ସ୍କୁଲରୁ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିବାବେଳେ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ (ଡେରାଦୁନ) ଏବଂ NDAରୁ ମଧ୍ୟ ପେଶାଦାରୀ ଶିକ୍ଷା ଗ୍ରହ କରିଥିଲେ। M.phil ଏବଂ ମାଷ୍ଟର୍ସ ଇନ୍ ମ୍ୟାନେଜମେଣ୍ଟ ଡିଗ୍ରୀ କରିଥିବା କରିଥିବା ବେଳେ ଲେଫେନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି Defence Services Staff College, Wellington ରୁ ମଧ୍ୟ ସ୍ନାତ୍ତକ ଡିଗ୍ରୀ ହାସଲ କରିଛନ୍ତି।
ଚଣ୍ଡୀ ପ୍ରସାଦ ମହାନ୍ତି ଦେଶ ର ସେନାଉପମୁଖ୍ୟ ହେବେ ବୋଲି ଏହି କଥାଜଗତସିଂହପୁର ଜିଲ୍ଲା ଏବଂ ପରିବାର ରେ ଖୁସି ର ଲହଡି ଖେଳି ଯାଇଛି !





