ମୁଖ୍ୟମନ୍ତ୍ରୀଙ୍କ ଫେବୃଆରୀରେ ଥିବା ସୁନ୍ଦରଗଡ଼ ଗସ୍ତ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜେ ବି ଏନ, ୧୯/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ ଗଡ଼ନାୟକ ), ସୁନ୍ଦରଗଡ /ରାଉରକେଲା : ଆସନ୍ତା ଫେବ୍ରୁଆରୀ’ରେ ମାସ ରେ ମାନ୍ୟବର ମୁଖ୍ୟମନ୍ତ୍ର୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦଗରଡ଼ ଆସି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଏକ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସୁନ୍ଦରଗଡ଼ ମାଦ୍ରୀ କଲୋ ଭବନ ଠାରେ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକ ରେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ବି ଜେ ଡି (BJD) ର ଉତ୍ସାହୀ ନେତୃବର୍ଗଙ୍କ ସହ ଆଲୋଚନା ହୋଇଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଦିଲୀପ ତିର୍କୀ, ବିନୟ ଟପ୍ପୋ, ବୈକୁଣ୍ଠନାଥ ନାଏକ, ଯୋଗେଶ କୁମାର ସିଂହ, ମଙ୍ଗଳ କିଷାନ, ସୁନିତା ବିଶ୍ଵାଳ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତାପସ ଘୋଷାଲ ଯୋଗଦାନ କରିଥିଲେ। ଏହି ବୈଠକ ରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କୁ ନେଇ ଏକ କମିଟି ଗଠନ କରାଯାଇଛି ଏହି କମିଟି ରେ ଆମ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ଙ୍କୁ କମିଟି ର ଅଧକ୍ଷ ରୂପେ ଚୟନ କରାଯାଇଛି l ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ତିନି ଦିନ ପୂର୍ବରୁ ଓଡିଶା ର ସମସ୍ତ ମାନ୍ୟବର ବିଧାୟକ, ସାଂସଦ ଗଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ ଏବଂ ପଞ୍ଚାୟତ ର କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ୱ ରେ ରଖାଯିବ ଏବଂ କାର୍ଯ୍ୟକ୍ରମ ର ସୁପରିଚାଳନା ଦାୟିତ୍ୱ ରେ କୁନ୍ ଦାସଙ୍କୁ ଚୟନ କରାଯାଇଛି l



