ହକି ଷ୍ଟାଡିୟମ୍ ର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚ ସ୍ତରୀୟ କମିଟି

ଜେ ବି ଏନ, ୧୯/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ ଗଡ଼ନାୟକ ), ସୁନ୍ଦରଗଡ଼ / ରାଉରକେଲା : ୨୦୨୩ ପୁରୁଷ ହକି ବିଶ୍ୱକପ୍ ଲାଗି ରାଉରକେଲାର ବିପିୟୁଟି କ୍ୟାମ୍ପସରେ ନିର୍ମାଣ ହେବାକୁ ଥିବା ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି। ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନେତୃତ୍ୱରେ ଆସିଥିବା ଟିମ୍ କ୍ୟାମ୍ପସ ପରିଦର୍ଶନ କରିଛନ୍ତି। ଆମ ପ୍ରିୟ ବିଧାୟକ ସାରଦା ପ୍ରସାଦ ନାୟକ ଉପସ୍ଥିତ ରହିଥିଲେ l




