
୨୦୨୦ – ୨୧ବ୍ଲକ୍ ସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ।
(ଜେ ବି ଏନ /ସୁଶାନ୍ତ କୁମାର) ୨୧/୦୧ /୨୦୨୧ ଅନୁଗୋଳ : ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଅନୁଗୋଳ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ ମୁଖ୍ୟ ଅତି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ । ବ୍ଳକ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୬ଟି ଷ୍ଟଲ୍ ତାଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରୟ କରିବା ପାଇଁ ଯୋଗାଇ ଦିଆଯାଇଥିଲା |

ଏହି ମେଳାରେ ୨୭ଟି ବ୍ୟାଙ୍କ ୫୪୮ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ସମୁଦାୟ ୧୦କୋଟି ୯୬ ଲକ୍ଷ ୭ ହଜାର କାର ଋଣ ପ୍ରଦାନ କରିଥିଲେ ବୋଲି ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଞ୍ଜନ ରଥ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଂଶୁମାନ ଶତପଥୀ , ଏଲ ଡି ଏମ ଶ୍ରୀ ମହେଶ୍ବର ଗୌଡ , ଜିଲ୍ଲା ପ୍ରକଳ୍ମ ପରିଚାଳକ ଶ୍ରୀ ଚନ୍ଦନ କୁମାର ବେହେରା , ଓଡିଶା ଜିବୀକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ବସନ୍ତ କୁମାର ମଲ୍ଲିକ , ସଂଯୁକ୍ତ ସମବାୟ ବ୍ୟାଙ୍କର ସମ୍ପାଦକ ଶ୍ରୀ ଭକ୍ତେଶ୍ୱର ମଲ୍ଲିକ , ଶ୍ରୀ ହେମନ୍ତ ପାଣିଗ୍ରାହୀ ଓ ଶ୍ରୀ ନିରୋଜ କୁମାର ଶର୍ମା ପ୍ରମୁଖ ଏହି ମେଳାରେ ଉପସ୍ଥିତ ଥିଲେ ।



