ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି

ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : ଆଜି ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ନାୟକଙ୍କୁ ୪ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି । ଚେନ୍ନାଇ ସିପେଟର ଚିଫ୍ ଏକାଡେମିକ୍ ଅଫିସର ଅଛନ୍ତି ସଞ୍ଜୟ ନାୟକ । ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି । ସେ ୩୫ଟି ପୁସ୍ତକ ରଚନା କରିଛନ୍ତି । ତାଙ୍କ ଅଧିନରେ ୪୦ ଜଣ ପିଏଚଡି ଓ ଜଣେ ଡିଏସସି ଡିଗ୍ରୀ ହାସଲ କରିଛନ୍ତି ।



