ନେତାଜୀ ଜୟନ୍ତୀ କୁ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରୁଛନ୍ତି, ନେତାଜୀ ୟୁଥ କ୍ଲବ ବାଲୁଗାଁ:

ଜେ.ବି.ଏନ,22/01/21(ରିପୋର୍ଟ, ରଂଜିତ କୁମାର ସାହୁ )ଖୋର୍ଦ୍ଧା /ବାଲୁଗାଁ :ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ବାଲୁଗାଁ “ନେତାଜୀ ୟୁଥ କ୍ଲବ “ର ସମସ୍ତ ଯୁବକ ବନ୍ଧୁ ମାନେ ନେତାଜୀ ଜୟନ୍ତୀ କୁ ବହୁ ଆଡମ୍ବର ପୂର୍ଣ୍ଣ ରୂପରେ ପାଳନ କରୁଛନ୍ତି |ପ୍ରତି ବର୍ଷ 23ଜାନୁଆରୀ କୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିନ କୁ କେନ୍ଦ୍ର ସରକାର “ଦେଶ ପ୍ରେମ ଦିବସ “ଭାବେ ପାଳନ କରି ଆସୁଛନ୍ତି . ଏ ମହାନ ଦିନକୁ ମନେ ପକେଇବା ପାଇଁ ଦେଶ ର ପ୍ରତ୍ୟେକ ଗାଁ ଠୁ ସହର ର ସମସ୍ତ ଗଳି କନ୍ଦି ରେ ନେତାଜୀ ଙ୍କ ଜୟନ୍ତୀ ପାଳନ କରିବା ସହ ତାଙ୍କ ଜୀବନୀ ଉପରେ ଆଲୋକପାତ କରାଯିବା ସହ ପ୍ରତ୍ୟେକ ଭାରତୀୟ ଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରାଯାଇଥାଏ.କିନ୍ତୁ ବାଲୁଗାଁ ରେ ଥିବା ନେତାଜୀ ଯୁବ ଗୋଷ୍ଠୀ ର ସଦସ୍ୟ ମାନେ ନେତାଜୀ ଜୟନ୍ତୀ ଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କ୍ରୀଡା ମାଧ୍ୟମରେ ପାଳନ କରି ଥାନ୍ତି . ସେଥିପାଇଁ ସେମାନେ ଆଜି 18ଗୋଟି ଦଳକୁ ନେଇ ସରକାର ଙ୍କ କୋଭିଡି ନିୟମକୁ ମାନି କ୍ରିକେଟ ଖେଳ ର ଆୟୋଜନ କରିଥିଲେ. ଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାଳିଜାଇ ମଟର ବୋଟ ଆଶ୍ସୋସିଏସନ ର ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ଯୋଗ ଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ. କାର୍ଯ୍ୟକ୍ରମ କୁ କ୍ଲବ ର ସଭାପତି ବିମଲ କୁମାର ପଣ୍ଡା, ସମ୍ପାଦକ ପ୍ରଭାସ କୁମାର ପଣ୍ଡା ଓ ସମସ୍ତ ସଭ୍ୟ ପରିଚାଳନା କରିଥିଲେ. ଆୟୋଜିତ ଟୁର୍ନାମେଣ୍ଟ ରେ ପ୍ରଥମ ମ୍ୟାଚ ଗଣପତି କ୍ଲବ ଗୁଣ୍ଡୁରୁପୁର ସହ ବନ୍ଧମୁଣ୍ଡି ଟିମ ଭିତରେ ହୋଇଥିଲା. ଏ ଟୁର୍ନାମେଣ୍ଟ ଟି ଦିବାରାତ୍ର ରେ ଶେଷ ହେବା ସହ ଗତକାଲି ନେତାଜୀ ଜୟନ୍ତୀ ରେ ପିଲାଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପରେ ପୁରସ୍କାର ବିତରଣ କରାଯିବ.



